ଧୋନୀଙ୍କ ଫର୍ମକୁ ନେଇ ଚିନ୍ତାରେ ପଡିଛି ଟିମ୍ ମ୍ୟାନେଜମେଣ୍ଟ

Straight to the Point

ନୂଆଦିଲ୍ଲୀ: ଖରାପ ଫର୍ମ ଦେଇ ଗତି କରୁଥିବା ଭାରତୀୟ ଦଳର ପ୍ରାକ୍ତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ୱେଷ୍ଟଇଣ୍ଡିଜ ବିରୋଧରେ ଖେଳାଯିବାକୁ ଥିବା ଦିନିକିଆରେ ସାମିଲ କରାଯିବ କି ନାହିଁ ସେନେଇ ଦ୍ୱନ୍ଦ୍ୱ ଲାଗିରହିଛି । ତାଙ୍କ ସ୍ଥାନରେ ଋଷଭ ପନ୍ଥଙ୍କୁ ସାମିଲ କରାଯାଇପାରେ । ଧୋନୀଙ୍କ ଫର୍ମକୁ ନେଇ ଚିନ୍ତାରେ ପଡିଛି ଟିମ୍ ମ୍ୟାନେଜମେଣ୍ଟ ତାଙ୍କର କିପିଂ ଆକର୍ଷଣୀୟ ଥିବାବେଳେ ବ୍ୟାଟିଂ ଫେଲ ମାରୁଛି । ଫଳରେ ଚୟନକର୍ତ୍ତା ଦ୍ୱନ୍ଦ୍ୱରେ ରହିଛନ୍ତି । ଧୋନୀ ଆଗାମୀ ବିଶ୍ୱକପ ପର୍ଯ୍ୟନ୍ତ ଖେଳିବା ନିଶ୍ଚିତ ଥିବା ବେଳେ ଆଜିଠାରୁ ପନ୍ଥଙ୍କୁ ସୁଯୋଗ ଦେବା ବୁଦ୍ଧିମାନର କାମ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି । ପନ୍ଥଙ୍କ ପାଖରେ ଷଷ୍ଠ ଏବଂ ସପ୍ତମ ସ୍ଥାନରେ ବ୍ୟାଟିଂ କରିବାର କ୍ଷମତା ଥିବା ସେ କହିଛନ୍ତି ।

ବର୍ତ୍ତମାନ ସୁଧା ଏହା ସ୍ଥିର ହୋଇ ନାହିଁ ଯେ ପ୍ରଥମ ୩ଟି ଦିନିକିଆ ପାଇଁ ଖେଳାଳି ଚୟନ ହେବ ନା ସମ୍ପୂର୍ଣ୍ଣ ସିରିଜ ପାଇଁ । ଅକ୍ଟୋବର ୨୧ରୁ ଆରମ୍ଭ ହେବାକୁ ଥିବା ଏହି ସିରିଜରେ ୫ଟି ଏକ ଦିବସୀୟ ଏବଂ ତିନୋଟି ଟି-୨୦ ମ୍ୟାଚ୍ ଖେଳାଯିବ । ଓଭାଲର ପ୍ରଥମ ଟେଷ୍ଟରେ ଶତକ ଅର୍ଜିଥିବା ପନ୍ଥ ରାଜକୋଟରେ ମଧ୍ୟ ୯୨ରନର ପାଳି ଖେଳିଥିଲେ । ଯାହାପରେ ୨୦ ବର୍ଷିୟ ଏହି ୱିକେଟ କିପର ବ୍ୟାଟସମ୍ୟାନଙ୍କୁ ଦଳରେ ସାମିଲ କରିବା ପାଇଁ ଦାବି ହେଉଛି । ଦିନେଶ କାର୍ତ୍ତିକ ଦଳରେ ଥିଲେ ମଧ୍ୟ ତାଙ୍କ ଫର୍ମକୁ ନେଇ ଅନିଶ୍ଚିତତା ଲାଗି ରହିଛି । ଏପରି ସ୍ଥଳରେ ଚୟନକର୍ତ୍ତା ପନ୍ଥ କିମ୍ବା ଧୋନୀଙ୍କ ମଧ୍ୟରୁ କାହାକୁ ସାମିଲ କରୁଛନ୍ତି ତାହା ଗତକାଲି ସ୍ପଷ୍ଟ ହୋଇଯିବ ।

error: Thank You Keep Visiting