ଦ୍ୱିତୀୟ ଟେଷ୍ଟ ମ୍ୟାଚ ପାଇଁ ୧୨ଜଣିଆ ଚୁଡାନ୍ତ ତାଲିକା ଘୋଷଣା

Straight to the Point

ହାଇଦ୍ରାବାଦ: ୱେଷ୍ଟଇଣ୍ଡିଜ ବିରୋଧରେ ଶୁକ୍ରବାର ଦିନ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ପାଇଁ ବିସିସିଆଇ ୧୨ଜଣିଆ ଚୁଡାନ୍ତ ତାଲିକା ଘୋଷଣା କରିଛି । ଏହି ତାଲିକାରୁ ବାଦ ପଡିଛନ୍ତି ମୟଙ୍କ ଅଗ୍ରୱାଲ । ଦୁଇଟିକିଆ ଟେଷ୍ଟ ସିରିଜର ଶେଷ ମ୍ୟାଚ ଆସନ୍ତାକାଲି ହାଇଦ୍ରାବାଦରେ ଖେଳାଯିବ । ଏହି ଟେଷ୍ଟ ପାଇଁ ଭାରତୀୟ ଦଳ ପକ୍ଷରୁ କିଛି ପରିବର୍ତ୍ତନ କରାଯାଇ ନାହିଁ । ଏହି ମ୍ୟାଚରେ ହନୁମା ତିୱାରୀ, ମହମ୍ମଦ ସିରାଜ ଏବଂ ମୟଙ୍କ ଅଗ୍ରୱାଳ ଖେଳିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଚୟନକର୍ତ୍ତା ରାଜକୋଟ ଟେଷ୍ଟ ଦଳକୁ ଅପରିବର୍ତ୍ତିତ ରଖିଛନ୍ତି । ଭାରତୀୟ ଦଳ: ବିରାଟ କୋହଲି, କେଏଲ ରାହୁଲ, ପୃଥ୍ୱୀ ଶା, ଚେତଶ୍ୱର ପୁଜାରା, ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ଥ, ଆର ଅଶ୍ୱିନୀ, ରବିନ୍ଦ୍ର ଜାଡେଜା, କୂଳଦୀପ ଯାଦବ, ମହମ୍ମଦ ଶାମୀ, ଉମେଶ ଯାଦବ, ଶର୍ଦୁଳ ଠାକୁର ।

error: Thank You Keep Visiting