ରାଜ୍ୟସ୍ତରୀୟ ତାଇ-କୋଣ୍ଡ ଚାମ୍ପିଅନସିପରେ ଅନୁଗୋଳ ଜିଲ୍ଲା ତାଳଚେର ମାର୍ଶାଲ ଆର୍ଟସ୍ ଏକାଡେମୀ ପ୍ରତିଯୋଗୀଙ୍କ କୃତିତ୍ୱ

Straight to the Point

ତାଳଚେର: ଭଦ୍ରକ ଜିଲ୍ଲା ଚରମ୍ପା ସ୍ଥିତ ମହାବୀର ଭବନ ଠାରେ ଅନୁଷ୍ଠିତ ୩୩ତମ ରାଜ୍ୟ ସ୍ତରୀୟ ତାଇ-କୋଣ୍ଡ ଚାମ୍ପିଅନ୍ ସିପ୍ ରେ ଅନୁଗୋଳ ଜିଲ୍ଲାର ତାଳଚେର ମାର୍ଶାଲ ଆର୍ଟସ୍ ଏକାଡେମୀ ପ୍ରତିଯୋଗୀ କୃତିତ୍ୱ ହାସଲ କରି ଫେରିଛନ୍ତି । କୋଚ୍ ସୁଶ୍ରୀ ମମିତା ରାଉତ ଏବଂ ଟିମ୍ ମ୍ୟାନେଜର ଅଜୟ କୁମାର ଦାସ ଓ ସୋନାଲି ପ୍ରଧାନଙ୍କ ତତ୍ୱାବଧାନରେ ବିଭିନ୍ନ ବର୍ଗରେ ୩୩ ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ ।

ଚଳିତ ମାସ ୧୩ ତାରିଖ ରୁ ୧୫ ତାରିଖ ମଧ୍ୟରେ ଅନୁଷ୍ଠିତ ଏହି ପ୍ରତିଯୋଗୀତାର ସୁପର ସବ୍ ଜୁନିୟର (୪ ବର୍ଷରୁ ୬ ବର୍ଷ) ବର୍ଗର ବାଳକ ବିଭାଗରେ ତାଳଚେରର ପୁଲକ କୁମାର କ୍ରିଷ୍ଣା ଏବଂ ଦେବ୍ଦୀପ୍ ପ୍ରଧାନ-ସ୍ୱର୍ଣ୍ଣ ପଦକ, ଏହି ବର୍ଗର ବାଳିକା ବିଭାଗରେ ନିବେଦିତା ରାଉତ ରୌପ୍ୟ ପଦକ ହାସଲ କରିଛନ୍ତି । ସେହିପରି ୧୦ ରୁ ୧୧ ବର୍ଷ ବାଳକ ବର୍ଗରେ ଓମ୍ ପ୍ରକାଶ-ସ୍ୱର୍ଣ୍ଣ, ସୁମିତ୍ ମିତ୍ର, ବୀର ପ୍ରତାପ ଗୌର-ରୌପ୍ୟ, ସୌମ୍ୟ ଦେବ୍ ଓ ପି. ଇଶାଶ୍ରୀ, ଶାଶ୍ୱତ ଶାନ୍ତି ସ୍ୱରୂପ ପତି, ପୃଥ୍ୱୀ ଗଡନାୟକ, ତନ୍ୱୟୀ ପ୍ରଧାନ, ଅଶ୍ୱିନୀ ରାଏ ଅନିର୍ବାଣ ପାଣି, ପି. ଜଗଦୀଶ ପ୍ରମୁଖ କାଂସ୍ୟ ପଦକ ପାଇ ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି ।

ସେହିପରି ୧୧ ରୁ ୧୩ ବର୍ଷ ବର୍ଗ ବାଳକ ବିଭାଗରେ ଅମନ୍ ଧରମ ବୀର ବିଶ୍ୱାଳ, ଆଦିତ୍ୟ ମହାରଣା-ସ୍ୱର୍ଣ୍ଣ, ପାବକ ପ୍ରସନ୍ନ ପାଣି, ଶୁଭେନ୍ଦୁ ପ୍ରଧାନ, ୟଶବନ୍ତ ଗୌର ପ୍ରମୁଖ ରୌପ୍ୟ ପାଇଥିବାବେଳେ ବାଳିକା ବର୍ଗରେ ସ୍ମୃତିଶିଖା ସେନାପତି ଏବଂ ଶତାବ୍ଦୀ ସେଠୀ କାଂସ୍ୟ ପଦକ ହାସଲ କରି ଫେରିଛନ୍ତି । ପ୍ରତିଯୋଗୀଙ୍କ ଏପରି କୃତିତ୍ୱ ସମଗ୍ର ଅନୁଗୋଳ କ୍ରୀଡା ପ୍ରେମୀ ଓ ଅଭିଭାବକଙ୍କ ମହଲରେ ଖୁସିର ଲହରୀ ଖେଳାଇ ଦେଇଛି । ଏଥି ନିମନ୍ତେ ପ୍ରତିଯୋଗୀଙ୍କ ବ୍ୟତୀତ ସେମାନଙ୍କ ଟିମ୍ ମ୍ୟାନେଜ୍ମେଂଟ୍ ଏବଂ କୋଚ୍ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ରାଜ୍ୟ ତାଇ କୋଣ୍ଡ ସଂପାଦକ ମନମୋହନ ଭଞ୍ଜ ଏବଂ ଭଦ୍ରକ ଜିଲ୍ଲା ତାଇ କୋଣ୍ଡ ସଂଘ ର ସଂପାଦକ ଚିନ୍ମୟ କୁମାର ବେହେରା ମଧ୍ୟ ପ୍ରତିଯୋଗୀ ଏବଂ ଅନୁଗୋଳ ଜିଲ୍ଲା ଟିମ୍ ମ୍ୟାନେଜ୍ମେଂଟ୍ ଏବଂ କୋଚ୍ ସୁଶ୍ରୀ ମମିତା ରାଉତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

error: Thank You Keep Visiting