୧୭ ବର୍ଷର ପୁରୁଣା ବିଶ୍ୱ ରେକର୍ଡ ଭାଙ୍ଗିଲେ କୋହଲି

Straight to the Point

ବିଶାଖାପାଟଣା: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଦିନିକିଆ କ୍ରିକେଟରେ ରଚିଲେ ଇତିହାସ । କୋହଲି ଦିନିକିଆ ଅନ୍ତରାଷ୍ଟ୍ରୀୟରେ ସବୁଠୁ କମ ପାଳିରେ ୧୦ ହଜାର ରନ ପୂରଣ କରିବାର ବ୍ୟାଟସମ୍ୟାନ ହେବା ସହିତ ସଚିନ ତେନ୍ଦୁଲକରଙ୍କ ୧୭ ବର୍ଷର ପୁରୁଣା ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି । ଏହି ମ୍ୟାଚ୍ ପୂର୍ବରୁ କୋହଲି ୨୧୨ଟି ମ୍ୟାଚର ୨୦୪ଟି ଇନିଂସରୁ ୯୯୧୯ ରନ କରିଥିଲେ । ସବୁଠୁ କମ ଇନିଂସରେ ୧୦ ହଜାର ରନ ପୂରଣ କରିବା ମାମଲାରେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଦ୍ିତୀୟ ସ୍ଥାନରେ ଥିଲେ ।

ସେ ୨୬୩ଟି ଇନିଂସରୁ ଏହି ରେକର୍ଡ କରିଥିଲେ । ୨୦୦୮ ଅଗଷ୍ଟ ୧୮ରେ ଶ୍ରୀଲଙ୍କା ବିପକ୍ଷରେ ନିଜର ଦିନିକିଆ କ୍ୟାରିୟର ଆରମ୍ଭ କରିଥିବା କୋହଲି ୨୦୧୭ ଜାନୁଆରୀରେ ସୀମିତ ଓଭରରେ ଭାରତର ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ । ଦିନିକିଆରେ ସବୁଠୁ ଅଧିକ ରନ କରିବାର ରେକର୍ଡ ତେନ୍ଦୁଲକରଙ୍କ ନାମରେ ରହିଛି । ସେ ମୋଟ୍ ୧୮୪୨୬ ରନ କରିଛନ୍ତି । ଏହା ପରେ ଶ୍ରୀଲଙ୍କାର କୁମାର ସାଙ୍ଗାକାରା(୧୪୨୩୪ ରନ), ଅଷ୍ଟ୍ରେଲିଆର ରିକି ପଣ୍ଟିଂ(୧୩୭୦୪ ରନ), ଶ୍ରୀଲଙ୍କାର ସନଥ ଜୟସୁରିୟା(୧୩୪୩୦ ରନ), ମୋହେଲା ଜୟବର୍ଦ୍ଧନ(୧୨୬୫୦ ରନ) ଓ ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ ହକ(୧୧୭୩୯ ରନ) ରହିଛନ୍ତି ।

ବୁଧବାର ୱଷ୍ଟେଇଣ୍ଡିଜ ବିପକ୍ଷ ବିଶାଖାପାଟଣା ମ୍ୟାଚରେ ସେ ଏସ୍ଲେ ନର୍ସଙ୍କ ବଲରେ ରନ ନେବା କ୍ଷଣି କୋହଲି ଏହି କୀର୍ତ୍ତିମାନ ହାସଲ କରିଛନ୍ତି । କୋହଲି ମାତ୍ର ୨୦୫ଟି ଇନିଂସରୁ ୧୦ ହଜାର ରନ ପୂରଣ କରିଛନ୍ତି । ସଚିନ ୨୦୦୧ ମାର୍ଚ୍ଚ ୩୧ରେ ୨୫୯ଟି ଇନିଂସରେ ୧୦ ହଜାର ରନ ପୂରଣ କରିଥିଲେ । ଏହି ଦୃଷ୍ଟିରୁ କୋହଲି ସଚିନଙ୍କଠୁ କମ ୫୪ଟି ଇନିଂସରୁ ଏହି ସଫଳତା ପାଇଛନ୍ତି । ଏହା ସହିତ ତ୍ରୟୋଦଶ ଖେଳାଳି ଭାବେ ଏବଂ ପଞ୍ଚମ ଭରାତୀୟ ବ୍ୟାଟସମ୍ୟାନ ଭାବେ ଦଶ ହଜାର ରନ କ୍ଲବରେ କୋହଲି ସାମିଲ ହୋଇଛନ୍ତି ।

error: Thank You Keep Visiting