ହକି ୱାର୍ଲଡକପ ମାସ୍କଟ ‘ଓଲି’କୁ ତାଳଚେରରେ ବିପୁଳ ସ୍ୱାଗତ
ତାଳଚେର : ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ହକି ଖେଳର ଜ୍ୟୋତିକୁ ବିପୁଳ ସ୍ୱାଗତ ଦିଆ ଯାଇଥିଲା । ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଉପଜିଲ୍ଲାପାଳ ତାଳଚେର, ତାଳଚେର ବିଡିଓ ନିତ୍ୟାନନ୍ଦ ମଲ୍ଲିକ, ସରକାରୀ ଓକିଲ (ହରେକୃଷ୍ଣ ପାତ୍ର, ଅଜିତ ମିଶ୍ର) ବିଜେଡି ନଗର ସିଭାପତି ଆସିଫ୍ ଖାଁ, ସା ସଂପାଦକ ବିରଜା ମିଶ୍ର, ସରପଞ୍ଚ, ସମିତି ସଦସ୍ୟ, ମହ୍ଲାର ଜିଲ୍ଲା ପ୍ରତିନିଧି ପ୍ରକାଶ ସାହୁ, ସମ୍ବାଦ ପ୍ରତିନିଧି ଦୀପକ ପ୍ରଧାନ, ଅକ୍ଷୟ ମହାନ୍ତି ସ୍ମୃତି କମିଟିର ଜିତେନ୍ଦ୍ର ମହାପାତ୍ର, ସୀତିକାନ୍ତ ବାରିକ, ଟିକି ପ୍ରଭୃତି ଉପସ୍ଥିତ ଥିଲେ ।