ସଂଶୋଧିତ ବେତନ ମିଳିନାହିଁ

Straight to the Point

ନୂଆଦିଲ୍ଲୀ : ଭାରତୀୟ ଦଳର ଟପ୍‍ କ୍ରିିକେଟରଙ୍କୁ ଆଜିପର୍ଯ୍ୟନ୍ତ ନିଜର ସଂଶୋଧିତ ବେତନ ମିଳିନାହିଁ। ଏଥିପାଇଁ ମାର୍ଚ୍ଚ ୫ତାରିଖରେ ଖେଳାଳିମାନେ କେନ୍ଦ୍ରୀୟ ଅନୁବନ୍ଧରେ ହସ୍ତାକ୍ଷର କରଥିଲେ। ଶୁକ୍ରବାର ପ୍ରଶାସକ ସମିତି (ସିଓଏ) ବିରୋଧରେ ହେବାକୁଥିବା ବିସିସିଆଇର ସାଧାରଣ ବୈଠକରେ ଏହି ବିଷୟ ଉପରେ ଚର୍ଚ୍ଚା ହେବ।
ଭାରତୀୟ ଖେଳାଳିମାନେ ଜୁନ ମାସ ୨୩ତାରିଖରେ ଦୀର୍ଘଦିନ ପାଇଁ ବ୍ରିଟେନ (ଆୟାଲାଣ୍ଡ ଏବଂ ଇଂଲଣ୍ଡ )ଗସ୍ତରେ ଯାଉଛନ୍ତି। ଶୁକ୍ରବାର ହେଉଥିବା ବୈଠକରେ ବିସିସିଆଇର ବରିଷ୍ଠ ଅଧିକାରୀମାନେ ଏକାଠି ହେବେ , ଯେଉଁଥିରେ ୧୦ଟି ଗୁରୁତ୍ୱପୂଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ।
ବିସିସିଆଇର କାଯ୍ୟକାରୀ ସଚିବ ଅମିତାଭ ଚୌଧୁରୀ ଏବାବଦରେ ପିଟିଆଇକୁ କହିଛନ୍ତିଯେ, ଖେଳାଳିମାନେ ସ୍ୱାକ୍ଷର କରିଥିବା ଦସ୍ତାବିଜ ମୋ ପାଖରେ ଅଛି। ଯଦି ବୈଠକରେ କାଲି ସଂଶୋଧିତ ବେତନକୁ ମଞ୍ଜୁରି ମିଳିଯାଏ ତେବେ ମୁଁ ଏହା ଉପରେ ହସ୍ତାକ୍ଷର କରିବି। ତେବେ ଚୁଡାନ୍ତ ନିସ୍ପତି ବିସିସିଆଇ ଉପରେ ନିର୍ଭର କରେ। ଯଦି ବିସିସିଆଇ ବୈଠକରେ ଏହା ଉପରେ ନିସ୍ପତି ନିଆଯାଏ ତେବେ ସଂଶୋଧିତ ବେତନ ପ୍ରଦାନରେ କୈାଣସି ସମସ୍ୟା ରହିବ ନାହିଁ।

error: Thank You Keep Visiting