ଭାରତ ବନାମ ଅଷ୍ଟ୍ରେଲିଆର ଇତିହାସ ଉପରେ ଏକ ନଜର

Straight to the Point

ଭାରତ ବନାମ ଅଷ୍ଟ୍ରେଲିଆର ଟେଷ୍ଟ ଇତିହାସ ୭୦ ବର୍ଷରୁ ଅଧିକ ପୁରୁଣା । ଏହି ସମୟ ମଧ୍ୟରେ ଭାରତ ଓ ଅଷ୍ଟ୍ରେଲିଆ ପରସ୍ପର ସହ ଖେଳିଛନ୍ତି ମୋଟ ୯୪ଟି ଟେଷ୍ଟ ମ୍ୟାଚ । ସେଥି ମଧ୍ୟରୁ ଭାରତ ୨୬ଟି ମ୍ୟାଚ ଜିତିଥିବା ବେଳେ ଅଷ୍ଟ୍ରେଲିଆ ୪୧ଟି ଜିତିଛି ଏବଂ ଅବଶିଷ୍ଟ ୨୭ ଟେଷ୍ଟ ମ୍ୟାଚ ଅମୀମାଂସିତ ରହିଛି ।

ଅନ୍ୟ ପକ୍ଷରେ ଅଷ୍ଟ୍ରେଲିଆ ମାଟିରେ ଭାରତ ମାତ୍ର ୫ ଟେଷ୍ଟ ମ୍ୟାଚ ଜିତିଥିଲା ବେଳେ ଘରୋଇ ଦଳ ଜିତିଛି ୨୮ ଏବଂ ୧୧ ଟେଷ୍ଟ ମ୍ୟାଚ ଅମୀମାଂସିତ ରହିଛି । ଅନ୍ୟପକ୍ଷରେ ଭାରତ କିନ୍ତୁ ନିଜ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଧିକ ସଫଳତା ପାଇଛି । ଭାରତରେ ଅଷ୍ଟ୍ରେଲିଆ ସହ ମୋଟ ୫୦ ଟେଷ୍ଟ ମ୍ୟାଚ ଖେଳିଥିଲାବେଳେ ଘରୋଇ ଦଳ ୨୧ ଜିତିଛି ।

ଅଷ୍ଟ୍ରେଲିଆ ୧୩ ଜିତିଥିଲାବେଳେ ଅବଶିଷ୍ଟ ୧୬ ଅମୀମାଂସିତ ରହିଛି । ଭାରତ ୨୦୧୪-୧୫ରେ ଅଷ୍ଟ୍ରେଲିଆ ଗସ୍ତ କରିଥିବା ଭାରତୀୟ ଦଳ ୦-୨ରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ହାରିଥିଲା । ତେବେ ଶେଷ ଦୁଇଟି ଟେଷ୍ଟ ମ୍ୟାଚକୁ ଅମୀମାଂସିତ ରଖିବାରେ ସକ୍ଷମ ହୋଇଥିଲା ଭାରତ ।

error: Thank You Keep Visiting