ହିମାଚଳ ପ୍ରଦେଶକୁ ୮ ଉଇକେଟରେ ପରାସ୍ତ କରି ଓଡିଶା ସେମିଫାଇନାଲକୁ ଉନ୍ନୀତ

Straight to the Point

ଭୁବନେଶ୍ୱର: ଭାରତ ସଂଚାର ନିଗମ ଲିମିଟେଡ୍, ଓଡିଶା ପରିମଣ୍ଡଳ, ଭୁବନେଶ୍ୱର ତରଫରୁ ରେଲୱେ ଷ୍ଟାଡିୟମରେ ଚାଲିଥିବା ଅଷ୍ଟାଦଶ ଅଖିଳ ଭାରତ ବି.ଏସ୍.ଏନ୍.ଏଲ୍ କ୍ରିକେଟ ଟୁର୍ଣ୍ଣାମେର ଆଜି ତୃତୀୟ ଦିବସରେ ଓଡିଶା ହିମାଚଳ ପ୍ରଦେଶକୁ ୮ ଉଇକେଟରେ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି । ଆଜିର ଲିଗ୍ ମ୍ୟାଚରେ ହିମାଚଳ ପ୍ରଦେଶ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ୍ କରିଥିଲା । ପ୍ରଥମେ ପ୍ରଥମେ ଚମକ୍ରାର ଖେଳ ପ୍ରଦର୍ଶନ କରି ୭୬ ରନ୍ ମଧ୍ୟରେ ଗୋଟିଏ ପରେ ଗୋଟିଏ ସମସ୍ତେ ଅଲ୍ ଆଉଟ ହୋଇଯାଇଥିଲେ । ହିମାଚଳ ପ୍ରଦେଶର ନାମକରା ବ୍ୟାଟ୍ସମ୍ୟାନ୍ ନବୀନ ହୁଦ୍ଦା ମାତ୍ର ୩୫ ରନ୍ କରି ଆଉଟ୍ ହୋଇଯାଇଥିଲେ । ଟୁକୁନା ସାହୁ – ୩, ସଂଜୟ ଶତପଥୀ -୨, ବି.ବି.ସି.ସି ମହାପାତ୍ର – ୧, ସୁରେନ୍ଦ୍ର କୁମାର ନାୟକ – ୧, ଉଇକେଟ ଅକ୍ତିଆର କରି ଓଡିଶା ଟିମ୍କୁ ବିଜୟ ଦେବାରେ ସାହାଯ୍ୟ କରିଥିଲେ । ଏହାର ଜବାବରେ ଓଡିଶା ଦଳ ମାତ୍ର ୧୩ ଓଭର ଦୁଇ ବଲରେ ମ୍ୟାଚ୍କୁ ଜିତି ନେଇଥିଲେ । ଟୁକୁନା ସାହୁ ୩୪ ରନ୍ ଓ ସୌମିତ ମହାପାତ୍ର ୨୫ ରନ୍ କରିଥିଲେ । ଦିବ୍ୟ ପ୍ରକାଶ ଓ ପବନ କୁମାର ଗୋଟିଏ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ ।

ସେହିପରି ଅନ୍ୟ ମ୍ୟାଚଗୁଡିକରେ –
ହରିଆନା ମଧ୍ୟପ୍ରଦେଶକୁ ୯ ରନ୍ରେ ପରାସ୍ତ କରିଛି । କର୍ଣ୍ଣାଟକ ଆସାମକୁ ୬ ଉଇକେଟରେ ପରାସ୍ତ କରିଥିଲା ବେଳେ ଏନ୍.ଟି.ଆର ଦିଲ୍ଲୀ ପଶ୍ଚିମବଙ୍ଗକୁ ୧୩୨ ରନ୍ରେ ହରାଇ ଦେଇଛି । ଗୁଜରାଟ ଉତର ପ୍ରଦେଶ (ପୂର୍ବ)କୁ ୧୮ ରନ୍ରେ ପରାସ୍ତ କରିଛି । ତେଲଙ୍ଗାନା ବିହାରକୁ ୪୧ ରନ୍ରେ, ଉତର ପ୍ରଦଶ(ପଶ୍ଚିମ) ଛତିଶଗଡକୁ ୧୧୮ ରନ୍ରେ ଏବଂ ଉତରାଖଣ୍ଡ ଆନ୍ଧ୍ର ପ୍ରଦେଶକୁ ୬୫ ରନ୍ରେ ପରାସ୍ତ କରିଛି ।
ଆସନ୍ତା କାଲି ରେଲେଓ ଷ୍ଟାଡିୟମରେ ହେବାକୁ ଥିବା ସେମିଫାଇନାଲରେ ଓଡିଶା ଗୁଜରାଟକୁ ଭେଟୁଥିବା ବେଳେ ଏନ୍.ଟି.ଆର ଦିଲ୍ଲୀ ହରିଆନାକୁ ଇଡକୋ ଷ୍ଟାଡିୟମରେ ଭେଟିବ ।

error: Thank You Keep Visiting