ବ୍ଲକସ୍ତରୀୟ କ୍ରିକେଟ୍ ଖେଳ ଉଦଘାଟିତ
ତିର୍ତ୍ତୋଲ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ଖେଳପଡ଼ିଆଠାରେ ତିର୍ତ୍ତୋଲ ବ୍ଲକର ୨୯ଟି ପଞ୍ଚାୟତର ବିଜୁ ଯୁବବାହିନୀର କର୍ମକର୍ତ୍ତାମାନଙ୍କୁ ନେଇ ବ୍ଲକ ସ୍ତରୀୟ କ୍ରିକେଟ୍ ଖେଳ ଉଦଘାଟିତ ଆଜି ପୂର୍ବାହ୍ନରେ ହହୋଇଯାଇଅଛି । ଏହି ଖେଳ ୬ ତାରିଖଠାରୁ ଆରମ୍ଭହୋଇ ୮ ତାରିଖ ଦିନ ଉଯାପନି ହେବବୋଲି ବ୍ଲକ ତରଫରୁ ସୁଚନା ମିଳିଛି । ଏହି ଉଦଘାଟନି ଉତ୍ସବରେ ତିର୍ତ୍ତୋଲ ବିଧାୟିକା ଡ଼ା. ରାଜଶ୍ରୀ ମଲ୍ଲିକ, ତିର୍ତ୍ତୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି, ତିର୍ତ୍ତୋଲ ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ବିଜୁ ଯୁବ ବାହିନୀର ବ୍ଲକ ସଂଯୋଜକ ସତ୍ୟବ୍ରତ ଦାସ, ଜିଲ୍ଲାପରିଷଦ ସଭ୍ୟ ପ୍ରବୀର କୁମାର ରାୟ, ସନାତନ ଦଳାଇ ପ୍ରମୁଖ ଯୋଗଦେଇ ଉଦଘାଟନ କରିଥିଲେ । ତପନ କୁମାର ମହାନ୍ତି, ନିଲୁ ମହାପାତ୍ର, ଅକ୍ଷୟ ନାୟକ, ବିଜୟ ପାତ୍ର, ସାରଦା ପୃଷ୍ଟିଙ୍କ ସମେତ ବିଜୁ ଯୁବବାହିନୀର ସଭାପତି, ସମ୍ପାଦକଙ୍କ ସମେତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।