ବୃହତ ବନ୍ଦର କ୍ରିକେଟ ପ୍ରତିଯୋଗିତା , ମୁମ୍ବଇ ବନ୍ଦର ଚମ୍ପିଆନ

Straight to the Point

ପାରାଦ୍ୱୀପ: ପାରାଦ୍ୱୀପର ଗୋପବନ୍ଧୁ ଷ୍ଟାଡିୟମରେ ଚାଲିଥିବା ୩୮ତମ ବୃହତ୍ ବନ୍ଦର କ୍ରିକେଟ୍ ପ୍ରତିଯୋଗିତା ଶୁକ୍ରବାର ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ପାରାଦ୍ୱୀପ ବନ୍ଦର ଭେଟିଥିଲା ମୁମ୍ବଇ ବନ୍ଦରକୁ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ମୁମ୍ବଇ ବନ୍ଦର ୫ ଗୋଟି ୱିକେଟ୍ ହରାଇ ୨୦୭ ରନ୍ କରିଥିଲା । ମୁମ୍ବଇ ତରଫରୁ ଶ୍ରୀକାନ୍ତ ସେରିକର ୩୮ ବଲରେ ୫୯ ରନ୍ କରିଥିଲେ । ଜବାବରେ ପାରାଦ୍ୱୀପ ବନ୍ଦର ୧୯.୪ ଓଭରରେ ମାତ୍ର ସମସ୍ତ ୱିକେଟ୍ ହରାଇ ୧୧୩ ରନ୍ କରିଥିଲା । ମୁମ୍ବଇ ବନ୍ଦର ମ୍ୟାଚ୍ଟିକୁ ୯୪ ରନ୍ରେ ଜିତି ଚମ୍ପିଆନ ହୋଇଥିବା ବେଳେ ପାରାଦ୍ୱୀପ ବନ୍ଦର ରନର୍ସଅପ ହୋଇଛି ।

ଉଦଯାପନ ଉସôବରେ ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ରିେଙ୍କଶ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଚମ୍ପିଆନ ଦଳକୁ ଏବଂ ରନର୍ସ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଏହି ଅବସରରେ ପାରାଦ୍ୱୀପ ଲେଡିଜ କ୍ଳବର ସଭାନେତ୍ରୀ ଶୁଭଲକ୍ଷ୍ମୀ ରାୟ ଓ ଟ୍ରାଫିକ ମ୍ୟାନେଜର ଏସ୍.କେ. ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ଏହି ପ୍ରତିଯୋଗିତାରେ ପାରାଦ୍ୱୀପ ବନ୍ଦରର ସୂର୍ଯ୍ୟକାନ୍ତ ଜେନାଙ୍କୁ ବେଷ୍ଟ ବ୍ୟାଟ୍ସ ମ୍ୟାନ, ମୁମ୍ବଇର ଯୋଗେଶ ଡିଚୋଲକରଙ୍କୁ ବେଷ୍ଟ ବୋଲର, ଶ୍ରୀକାନ୍ତ ସେରିକରଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଓ ମ୍ୟାନ ଅଫ ଦି ସିରିଜ ପୁରସ୍କାର ପ୍ରଦାନ କରାଯାଇଥିଲା । ଗୋପବନ୍ଧୁ କ୍ରୀଡା ସଂସଦର ସଂପାଦକ ରବି ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

error: Thank You Keep Visiting