ଆଇପିଏଲ୍-୨୦୧୯: ମୁମ୍ବଇ ଇଣ୍ଡିଆନ୍ସରେ ସାମିଲ ହେଲେ ଜୟନ୍ତ

Straight to the Point

ମୁମ୍ବଇ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଭାରତୀୟ ଅଫ୍ ସ୍ପିନର ଜୟନ୍ତ ଯାଦବ ମୁମ୍ବଇ ଇଣ୍ଡିଆନ୍ସ ତରଫରୁ ଖେଳିବେ । ଜୟନ୍ତ ଦିଲ୍ଲୀ କ୍ୟାପିଟାଲ ଦଳ ପକ୍ଷରୁ ଖେଳିବାକୁ ଚୁକ୍ତି କରିଥିଲେ । ତେବେ ଖେଳାଳି ବଦଳ ନିୟମ ଅନୁଯାୟୀ ଦିଲ୍ଲୀ ଦଳ ତାଙ୍କୁ ମୁମ୍ବଇକୁ ପ୍ରଦାନ କରିଥିବା ବିସିିସିଆଇ ସୂତ୍ରରୁ ଜଣାପଡ଼ିଛି । ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିସିସିଆଇ ତରଫରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ୨୦୧୫ରୁ ଜୟନ୍ତ ଦିଲ୍ଲୀ ଦଳ ତରଫରୁ ଖେଳି ଆସୁଛନ୍ତି । ସେ ଦିଲ୍ଲୀ ତରଫରୁ ୧୦ଟି ମ୍ୟାଚ୍ ଖେଳିଥିବା ବେଳେ ଆଗାମୀ ସିଜିନରେ ମୁମ୍ବଇ ତରଫରୁ ଖେଳିବେ । ଦିଲ୍ଲୀ ତାଙ୍କୁ ମୁମ୍ବଇ ଦଳକୁ ପ୍ରଦାନ କରିଛି । ଆଇପିଏଲର ଆଗାମୀ ସିଜିନ୍ ଆରମ୍ଭ ହେବାର ୩୦ ଦିନ ଆଗରୁ ଖେଳାଳି ଅଦଳବଦଳ କରାଯାଇ ପାରିବ ବୋଲି ବିସିସିଆଇ ତରଫରୁ ସୂଚନା ମିଳିଛି । ସୂଚନାଥାଉକି ଜୟନ୍ତ ଭାରତକୁ ଟେଷ୍ଟ ଓ ଦିନିକିଆରେ ପ୍ରତିନିଧିôତ୍ୱ କରିଛନ୍ତି । ସେ ଘରୋଇ କ୍ରିକେଟରେ ହରିୟାଣା ତରଫରୁ ଖେଳୁଥିବାବେଳେ କିଛିଦିନ ତଳେ ଆୟୋଜିତ ଇମର୍ଜିଂ ନେସନ୍ ଏସିଆ କପରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ନିଜର ପ୍ରଦର୍ଶନ ବଳରେ ସେ ଭାରତକୁ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

error: Thank You Keep Visiting