ବନ୍ୟାପୀଡିତଙ୍କ ସହାୟତା ନିମନ୍ତେ ୧ ନିୟୁତ ୟୁରୋ ଦାନ କଲେ ନାଦାଲ୍

Straight to the Point

ମାଦ୍ରିଦ୍ : ସ୍ପେନର ତାରକା ପୁରୁଷ ଟେନିସ୍ ଖେଳାଳି ରାଫେଲ୍ ନାଦାଲ ମାର୍ଲେକା ବନ୍ୟାପୀଡ଼ିତଙ୍କ ସହାୟତା ନିମନ୍ତେ ୧ ନିୟୁତ ୟୁରୋ ଦାନ କରିଛନ୍ତି । ନାଦାଲ୍ ମାନାକୋର ସହରର ବାସିନ୍ଦା ହୋଇଥିବାବେଳେ ଏହାର କିଛି ଦୂରରେ ଥିବା ମାର୍ଲୋକା ସହର ଦେଇ ଯାଇଥିବା ନଦୀରେ ଗତ ଅକ୍ଟୋବରରେ ପ୍ରଳୟକାରୀ ବନ୍ୟା ଆସିବାରୁ ୧୩ ଜଣ ପ୍ରାଣ ହରାଇଥିଲେ । ଉକ୍ତ ବନ୍ୟାପୀଡ଼ିତଙ୍କ ସହାୟତା ନିମନ୍ତେ ୧୭ଥର ଗ୍ରାଣ୍ଡସ୍ଲାମ୍ ଜିତିଥିବା ନାଦାଲ୍ ୧ ନିୟୁତ ୟୁରୋ ଦାନ କରିଥିବା ମାର୍ଲୋକାର ମେୟର ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଉଲ୍ଲେଖଥାଉକି ବନ୍ୟାରେ ଅନେକ ଲୋକ ବାସହରା ହୋଇପଡ଼ିଥିବାବେଳେ ନାଦାଲ ମାର୍ଲୋକା ସହରରେ ଥିବା ନିଜସ୍ୱ ଟେନିସ ଏକାଡେମୀରେ ସେମାନଙ୍କର ରହିବା ପାଇଁ ବନ୍ଦୋବସ୍ତ କରିଥିଲେ । ନାଦାଲଙ୍କ ଏପରି ବଦାନ୍ୟତା ପାଇଁ ମାର୍ଲୋକା ବାସିନ୍ଦା ଓ ମେୟର ଧନ୍ୟବାଦ ଅର୍ପଣ କରିଛନ୍ତି ।

error: Thank You Keep Visiting