୨ୟ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

Straight to the Point

ଅନୁଗୋଳ : ଅନୁଗୋଳ ଜିଲ୍ଲାର ତାଳଚେର ପୌରାଞ୍ଚଳ ୱାର୍ଡ ନଂ ୧୨ ରେମୁଆଁ ଠାରେ ରୟାଲ ବ୍ୟାଡମିଣ୍ଟନ କ୍ଲବ ରେମୁଆଁ ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ ୪ ଦିନିଆ ୨ୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ କୁ ଉଦ୍ଘାଟନ କଲେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ । ପରେଶ ନାୟକ, ଉପଜିଲ୍ଲାପାଳ, ତାଳଚେର, ମନୁ ବେହେରା, ଜୁଲୁ ମିଶ୍ର, କ୍ଲବର ବରିଷ୍ଠ ସଦସ୍ୟ ଅସିତ୍ ଦାସ (ଟୁବୁଲା) ପ୍ରମୁଖ ଉପସ୍ଥିତ ଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଖେଳାଳୀ ଯୋଗ ଦେଇଥିବା ବେଳେ ଭେଟରାନ୍ ଖେଳାଳୀ ମଧ୍ୟ ଭାଗ ନେଇଛନ୍ତି । କ୍ଲବର ବହୁ ସଦସ୍ୟ ନିଜସ୍ୱ ପ୍ରଚେଷ୍ଟାରେ ଦ୍ୱିତୀୟ ବର୍ଷ ଗତ ବଡଦିନରେ ଆରମ୍ଭ କରିଛନ୍ତି । ଏହା ୪ ଦିନ ଧରି ଅନୁଷ୍ଠିତ ହେବ ।

error: Thank You Keep Visiting