କପିଲ ଦେବଙ୍କ ରେକର୍ଡ ଭାଙ୍ଗିଲେ ଫାଷ୍ଟ ବୋଲର ଡେଲ୍ ଷ୍ଟେନ୍

Straight to the Point

ଡର୍ବାନ : ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ ଖେଳୁଥିବା ଅବସରରେ ଦକ୍ଷିଣ ଆଫ୍ରିକାର ଫାଷ୍ଟ ବୋଲର ଡେଲ ଷ୍ଟେନ୍‌ ପୂର୍ବତନ ଭାରତୀୟ ଅଧିନାୟକ କପିଳ ଦେବଙ୍କ ରେକର୍ଡ ଭଙ୍ଗ କରିଛନ୍ତି। କପିଳ ଟେଷ୍ଟ ଫର୍ମାଟରେ ମୋଟ ୪୩୪ଟି ୱିକେଟ ଅକ୍ତିଆର କରିଥିବାବେଳେ ଷ୍ଟେନ୍‌ ଏପର୍ଯ୍ୟନ୍ତ ୪୩୭ ୱିକେଟ ଦଖଲ କରି ତାଙ୍କୁ ଟପିଯାଇଛନ୍ତି। ଆନ୍ତର୍ଜାତିକ ସ୍ତରରେ ଶ୍ରୀଲଙ୍କାର ମୁଥୟା ମୁରଲୀଧରନ ସର୍ବାଧିକ ୮୦୦ ଟେଷ୍ଟ ୱିକେଟ ଅକ୍ତିଆର କରି ତାଲିକାର ଶୀର୍ଷରେ ଥିବାବେଳେ ତାଙ୍କ ପଛକୁ ଅଷ୍ଟ୍ରେଲିଆର ସେନ ୱାର୍ଣ୍ଣ ୨ୟ (୭୦୮), ଭାରତର ଅନିଲ କୁମ୍ବଲେ ୩ୟ (୬୧୯), ଇଂଲଣ୍ଡର ଜେମ୍‌ସ ଆଣ୍ଡରସନ ୪ର୍ଥ (୫୭୫), ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍‌ଗ୍ରାଥ୍‌ ୫ମ (୫୬୩), ୱେଷ୍ଟଇଣ୍ଡିଜର କର୍ଟନି ୱାଲ୍‌ସ ୬ଷ୍ଠ (୫୧୬), ଡେଲ ଷ୍ଟେନ/ଷ୍ଟୁଆର୍ଟ ବ୍ରଡ୍‌ ୭ମ (ପ୍ରତ୍ୟେକ ୪୩୭) ସ୍ଥାନରେ ରହିଛନ୍ତି।

error: Thank You Keep Visiting