ବିଶ୍ୱ ବିଚ୍ ଭଲିବଲ ପ୍ରତିଯୋଗିତା ପାଇଁ ଶାଶ୍ୱତ ଭାରତୀୟ ରେଫରି ଭାବେ ମନୋନିତ

Straight to the Point

ପାରାଦୀପ,(ଓଡ଼ିଶା ଜର୍ଣ୍ଣାଲ): ଆସନ୍ତା ଫେବୃଆରି ୨୮ଠାରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣା ଠରେ ହେବାକୁ ଥିବା ବିଶ୍ୱ ବିଚ୍ ଭଲିବଲ ପ୍ରତିଯୋଗିତାରେ ପାରାଦୀପର ଶାଶ୍ୱତ କୁମାର ଭାରତୀୟ ରେଫରି ଭାବେ ଭାରତୀୟ ଭଲିବଲ ସଂଘ ଦ୍ୱାରା ମନୋନିତ ହୋଇଛନ୍ତି । ଶ୍ରୀ ଭାରତୀୟ ବର୍ତ୍ତମାନ ପିପିଏଲ ଡିଏଭି ସ୍କୁଲରେ କ୍ରିଡା ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ଶ୍ରୀ ଭାରତୀୟ ୫ଟି ଆନ୍ତର୍ଜାତୀୟ ବିଚ୍ ଭଲିବଲ ପ୍ରତିଯୋଗିତାରେ ଓ ୭ଟି ଜାତୀୟ ସିନିୟର ପ୍ରତିଯୋଗିତାରେ ରେଫରି ଦାୟିତ୍ୱ ସଫଳତାର ସହ ତୁଲାଇଥିବାରୁ ଭାରତୀୟ ଭଲିବଲ ସଂଘ ତରଫରୁ ତାଙ୍କୁ ଏହି ସୁଯୋଗ ମିଳିଛି ।

ପ୍ରକାଶ ଥାଉକି ଭାରତରେ ପ୍ରଥମ ଥର ଅନୁଷ୍ଠିତ ହେବାକୁ ଥିବା ଏହି ବିଶ୍ୱ ବିଚ୍ ଭଲିବଲ ପ୍ରତିଯୋଗିତାରେ ସାରା ବିଶ୍ୱରୁ ପୁରୁଷ ବିଭାଗରେ ୩୦ ଓ ମହିଳା ବିଭାଗର ୨୦ଟି ଦଳ ଭାଗ ନେବେ । ଆମେରିକା , ଅଷ୍ଟ୍ରେଲିଆ, ଜାପାନ, ବ୍ରାଜିଲ, ଦକ୍ଷିଣ ଆଫ୍ରିିକା, କୋରିଆ, ବେଲଜିୟମ୍ , ରୁଷିଆ, ବେଲାରୁଷ, ଅଷ୍ଟ୍ର୍ରିଆ, ମାଲେସିଆ, ସିଙ୍ଗାପୁର ପ୍ରଭୃତି ଅନେକ ଦେଶ ଏହି ବିଶ୍ୱ ବିଚ୍ ଭଲିବଲ ପ୍ରତିଯୋଗିତାରେ ଭାଗ ନେବେ । ବିଭିନ୍ନ ଦେଶରୁ ୧୪ଜଣ ନାମି ରେଫରି ଖେଳ ପରିଚାଳନା କରିବେ । ତେବେ ଶାଶ୍ୱତ ଭାରତୀୟ ରେଫରି ଭାବରେ ମନୋନିତ ହୋଇଥିବାରୁ ଓଡିଶା ଭଲିବଲ ସଂଘ ସଂମ୍ପାଦକ ଗଗନେନ୍ଦୁ ଦାଶ ଓ ବହୁ କ୍ରିଡା ପ୍ରେମି ଓ ସଂଗଠନ ତାଙ୍କୁ ଅଭିନନ୍ଦନ ଓ ସୁଭେଚ୍ଛା ଜଣାଇଛନ୍ତି ।

error: Thank You Keep Visiting