ରାଜ୍ୟସ୍ତରୀୟ ଦିବାରାତ୍ର କବାଡି ପ୍ରତିଯୋଗୀତା ଉଦ୍ଯାପିତ

Straight to the Point

ଯାଜପୁର,(ଓଡ଼ିଶା ଜର୍ଣ୍ଣାଲ) : ଯାଜପୁର ବାଳାଶ୍ରମ ପଡିଆ ଠାରେ ଅନୁଷ୍ଠିତ ହେଉଥିବା ବିରଜା ୟୁଥ୍ କ୍ଲବ୍ ପକ୍ଷରୁ ରାଜ୍ୟସ୍ତରୀୟ ୨ ଦିନିଆ ଦିବାରାତ୍ର କବାଡି ପ୍ରତିଯୋଗୀତା ଉଦ୍ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୨୦ଟି ଦଳ ପ୍ରତିଯୋଗିତରେ ଭାଗ ନେଇଥିଲେ । ଫାଇନାଲ ମ୍ୟାଚ୍ରେ ପୁରୁଷ ବିଭାଗ ପକ୍ଷରୁ ଢ଼େଙ୍କାନାଳ ସାଇ ହଷ୍ଟେଲ୍ ସହ ଭୁବନେଶ୍ୱର କିଶୋର କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱର କିଶୋର କ୍ଲବ୍ ଚମ୍ପିଆନ ହୋଇଥିବା ବେଳେ ତାଙ୍କୁ ନଗଦ ୮ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଢ଼େଙ୍କାନାଳ ସାଇ ହଷ୍ଟେଲ୍ ରନର୍ସଅପ୍ ହୋଇ ନଗଦ ୬ହଜାର ଟଙ୍କା ଓ ରନର୍ସଅପ୍ ଟ୍ରଫି ପ୍ରଦାନ କରାଯାଇଥିଲା ।

ମହିଳା ବିଭାଗରେ ଯାଜପୁର କବାଡି ଆସୋସିଏସନ୍ ସହ କିଟ୍ କଲେଜ୍ ଭୁବନେଶ୍ୱର ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱର କିଟ୍ କବାଡି ଆସୋସିଏସନ୍ ଚମ୍ପିଆନ ହୋଇଥିବା ବେଳେ ନଗଦ ୭ହଜାର ଟଙ୍କା ଓ ଟ୍ରଫି ଓ ଯାଜପୁର କବାଡି ଆସୋସିଏସନ୍ ରନର୍ସଅପ୍ ହୋଇ ନଗଦ ୫ହଜାର ଟଙ୍କା ଓ ରନର୍ସଅପ୍ ଟ୍ରଫି ପ୍ରଦାନ କରାଯାଇଥିଲା ।

ମୁଖ୍ୟଅତିଥି ଭାବେ ସୂଚନା ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସମ୍ମାନିତ ଅତିଥି ଭାବେ ପୂର୍ବତନ ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ, ଆଡ୍ଭୋକେଟ୍ ସମରଜିତ ମହାନ୍ତି, ସାମ୍ବାଦିକ ପ୍ରଭାତ କୁମାର ରାଉତରାୟ, ମହେଶ୍ୱର ସାହୁ ପ୍ରମୁଖ ଯୋଗଦେଇ ବିଜେତା ଓ ରନର୍ସଅପ୍ ଟିମ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ବିରଜା ୟୁଥ୍ କ୍ଲବ୍ର ସଂପାଦକ ବିନେଶ କୁମାର ଗୌଡ଼ା, ସୁଭାଙ୍ଗୀ ରାୟ, ନାରାୟଣ ଚନ୍ଦ୍ର ଦାସ, ଶିବାନୀ ସିଂ , ବିଜୟ କୁମାର ପଣ୍ଡା, ଅଜିତ କୁମାର ବାରିକ, ସୌଭାଗ୍ୟ ସୁନ୍ଦର ବେହେରା, କମଳାକାନ୍ତ ଦାସ, ରାମପ୍ରକାଶ ସାହୁ, ପ୍ରକାଶ କୁମାର ଲାଲା ଙ୍କ ସମେତ ବହୁ ସଦସ୍ୟ ସହଯୋଗ କରିଥିଲେ ।

error: Thank You Keep Visiting