କଟକ ରେଲୱେ ଇନଷ୍ଟିଚ୍ୟୁଟର କ୍ରୀଡ଼ା ମହୋତ୍ସବ
କଟକ,(ଓଡ଼ିଶା ଜର୍ଣ୍ଣାଲ) : ପୂର୍ବତଟ ରେଳବାଇ ଅନ୍ତର୍ଗତ କଟକ ରେଲୱେ ଇନଷ୍ଟିଚ୍ୟୁଟ ପରିସରରେ ଆନ୍ତଃବିଭାଗୀୟ ସ୍ପୋର୍ଟସ କାର୍ଣ୍ଣିଭାଲ-୨୦୧୯ ଦୁଇ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ଏଥିରେ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ କର୍ମସିଆଲ ଡିପାର୍ଟମେଣ୍ଟର ଦଳ ବିପୁଲ ବିଶ୍ୱାସ ଓ ସୁନୀଲ କୁମାର ଚମ୍ପିଆନ ଏବଂ ରନର୍ସଅପ୍ ହୋଇଥିଲେ ଇଞ୍ଜିନିୟରିଂ ଡିପାର୍ଟମେଣ୍ଟର ନିରଞ୍ଜନ ବାରିକ ଓ ଅକ୍ଷୟ ମହାନ୍ତି । ସେହିପରି ଆୟୋଜିତ ପଞ୍ଚମ ଆନ୍ତଃକ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅପରେଟିଂ ଡିପାର୍ଟମେଣ୍ଟର ଦଳ ଚମ୍ପିଆନ ହୋଇଥିବାବେଳେ ରନିଂ ଡିପାର୍ଟମେଣ୍ଟର ଦଳ ରନର୍ସଅପ୍ ହୋଇଥିଲେ ।
ମୁଖ୍ୟଅତିଥି ଭାବେ ଖୋର୍ଦ୍ଧା ମଣ୍ଡଳର ଡିଆରଏମ୍ ବ୍ରଜମୋହନ ଅଗ୍ରୱାଲ ଯୋଗ ଦେଇ ତାଙ୍କ ବୃତ୍ତିଗତ ଜୀବନରେ ପୂର୍ବତଟ ରେଳବାଇର କଟକ ରେଲୱେ ଇନଷ୍ଟିଚ୍ୟୁଟର ସଫଳତା ସମ୍ବନ୍ଧରେ ଆଲୋକପାତ କରି ଅନୁଷ୍ଠାନର ସଫଳ କାର୍ଯ୍ୟକ୍ରମ ପାଇଁ ଭୂୟଂଶୀ ପ୍ରଶଂସା କରିଥିଲେ । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଶେଖ୍ ରହେମତୁଲ୍ଲା ଓ ଅନ୍ୟ ବରିଷ୍ଠ ପଦାଧିକାରୀଙ୍କ ତତ୍ତ୍ୱାବଧାନରେ ପୁରସ୍କାର ବିତରଣ ହୋଇଥିଲା । କାର୍ଯ୍ୟକ୍ରମକୁ ରେଲୱେ ଇନଷ୍ଟିଚ୍ୟୁଟର ପ୍ରମୁଖ କର୍ମକର୍ତ୍ତା ଦିପ୍ତୀ କୁମାର ନାୟକ, ବିପିନ ସିଂହ, ସତ୍ୟରଞ୍ଜନ ସିଂହ, କପିଳେନ୍ଦ୍ର ବେହେରା, ସୁଶାନ୍ତ ରାୟ, ସୁରେଶ ଦାସ, ରଞ୍ଜନ ତ୍ରିପାଠୀ, ସନ୍ତୋଷ ମଲ୍ଲିକ, ଅତନୁ କୁମାର ଜେନା, ସବ୍ୟସାଚୀ ଷଢ଼ଙ୍ଗୀ, ସୁନୀଲ କୁମାର ରାଉତରାୟ, ପ୍ରସନ୍ନ ନାୟକ ପ୍ରମୁଖ ପରିଚାଳନା କରିଥିଲେ । ଏହି ଭବ୍ୟ କାର୍ଯ୍ୟକ୍ରମରେ ବାରଟି ଡିପାର୍ଟମେଣ୍ଟ ଦଳ ଅଂଶ ଗ୍ରହଣ କରିଥିଲେ ।