ଆନ୍ତର୍ଜାତୀୟ ଆବୁଧାବିରେ ଅଂଶ ଗ୍ରହଣ କରିବେ ପର୍ବତାରୋହିଣୀ ବିଭାରାଣୀ

Straight to the Point

ତାଳଚେର,(ଓଡ଼ିଶା ଜର୍ଣ୍ଣାଲ): ବିଶ୍ୱସ୍ତରୀୟ ଆନ୍ତର୍ଜାତୀୟ ଆବୁଧାବିର ନୁୟର୍କ ୟୁନିଭରସିଟି ଠାରେ ଆସନ୍ତା ମାର୍ଚ୍ଚ ୧୩ ରୁ ୨୧ ପର୍ଯ୍ୟନ୍ତ ହୋବୁକ ଥିବା ଗ୍ଲୋବାଲ ୟୁଥ ଲିଡରସିପ୍ ସମିତି ୨୦୧୯ ଭାରତୀୟ ତିନି ଜଣିଆ ଦଳରେ ଆମର ଜାତୀୟ ମହିଳା କ୍ରିଡାବିତ୍ ସୁଶ୍ରୀ ବିଭାରାଣୀ ପାତ୍ର (୨୪ ବର୍ଷ) ମନୋନୀତ ହୋଇଛନ୍ତି । ପିତା ବିଷ୍ଣୁ ପ୍ରସାଦ ପାତ୍ର, ମାତା ବିଦ୍ୟୁତ ପ୍ରଭା ପାତ୍ର । ସୂଚନା ଅଛିକି ଏହି କାର୍ଯ୍ୟକ୍ରମରେ ପୃଥିବୀର ୩୯ଟି ଦେଶର ୧୫୯ଟି ୟୁଥ ଲିଡର ଭାଗ ନେବେ, ଏହି ଯାତ୍ରା ପାଇଁ ସ୍ପେଶିଆଲ ଓଲମ୍ପିକର ଏରିଆ ଡାଇରେକ୍ଟର ପ୍ରକାଶ କୁମାର ରଥ, ପୋଲିସ୍ କମିଶନରେଟ୍ ସତ୍ୟଜିତ ବହାନ୍ତି ଏବଂ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି । ବିଭାରାଣୀ ଏକାଧାରରେ ଜାତୀୟ ସ୍ୱର୍ଣ୍ଣ ପଦକ ବିଜେତା, ଜାତୀୟ ଯୁବ ସ୍ୱେଚ୍ଛାସେବୀ, ଜାତୀୟ ମହିଳା ପର୍ବତାରୋହୀ । ବର୍ତ୍ତମାନ ଭାରତ ସରକାରଙ୍କ ନେହେରୁ ଯୁଗ ସଂଗଠନ କାର୍ଯ୍ୟାଳୟରେ ଜାତୀୟ ଯୁବ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟରତ ଅଟନ୍ତି ।

error: Thank You Keep Visiting