ଟି୨୦ ମାନ୍ୟତା ଉନ୍ନତି ଲକ୍ଷ୍ୟରେ ଭାରତ

Straight to the Point

ନୂଆଦିଲ୍ଲୀ : ବର୍ତ୍ତମାନ ଆଇସିସି ଟ୍ୱେଣ୍ଟି୨୦ ମାନ୍ୟତାରେ ୩ୟ ସ୍ଥାନରେ ରହିଛି ଭାରତ। ତେବେ ଆଗକୁ ବିରାଟ କୋହଲିଙ୍କ ଦଳକୁ ବେଶ୍‍ କିଛି ସଂଖ୍ୟକ ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳିବାର ଥିବାରୁ ଏହି ମାନ୍ୟତାରେ ଉନ୍ନତି ଘଟିପାରେ। ଜୁନ୍‍ ୨୭ ଓ ୨୯ରେ ଘରୋଇ ଆୟରଲାଣ୍ଡ ବିରୋଧରେ ଭାରତ ୨ଟି ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳିବ। ପୁଣି ଜୁଲାଇ ୧ରୁ ୮ ମଧ୍ୟରେ ଘରୋଇ ଇଂଲଣ୍ଡ ବିରୋଧରେ ଭାରତ ୩ଟି ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳିବ। ଏହି ୫ଟିଯାକ ମ୍ୟାଚ୍‍ ଜିତିଲେ ଭାରତ ୧୩୭ ପଏଣ୍ଟରେ ପହଞ୍ଚିବ ଏବଂ ୨ନଂ ମାନ୍ୟତା ହାସଲ କରିପାରେ। ଜୁନ୍‍ ୨୭ରେ ଘରୋଇ ଇଂଲଣ୍ଡ ବିରୋଧରେ ଅଷ୍ଟ୍ରେଲିଆ ଏକମାତ୍ର ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳିବ। ପୁଣି ଜୁଲାଇ ୧ରୁ ୮ ମଧ୍ୟରେ ଜିମ୍ବାୱେରେ ଏକ ତ୍ରିରାଷ୍ଟ୍ରୀୟ ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳାଯିବ; ଯେଉଁଥିରେ ଅନ୍ୟ ୨ ଦଳ ହେଲେ ଅଷ୍ଟ୍ରେଲିଆ ଓ ପାକିସ୍ତାନ। ବର୍ତ୍ତମାନ ୧୩୧ ପଏଣ୍ଟ ସହ ପାକିସ୍ତାନ ୧ନଂ ସ୍ଥାନରେ ରହିଛି। ୧୨୬ ପଏଣ୍ଟ ସହ ଅଷ୍ଟ୍ରେଲିଆ ୨ୟ ସ୍ଥାନରେ ରହିଛି। ତ୍ରିରାଷ୍ଟ୍ରୀୟ ସିରିଜ୍‍ରେ ପାକିସ୍ତାନ ଖରାପ ପ୍ରଦର୍ଶନ କଲେ ଏହାର ମାନ୍ୟତା ନିମ୍ନଗାମୀ ହୋଇପାରେ। ପୁଣି ତ୍ରିରାଷ୍ଟ୍ରୀୟରେ ଅଷ୍ଟ୍ରେଲିଆ ୪ଟିଯାକ ଲିଗ୍‍ ମ୍ୟାଚ୍‍ ଜିତିଲେ ମଧ୍ୟ ଏହା ୧ନଂ ସ୍ଥାନରେ ପହଞ୍ଚିଯିବ। ପାକିସ୍ତାନ ୨ରୁ ଅଧିକ ଲିଗ୍‍ ମ୍ୟାଚ୍‍ ଜିତିପାରିଲେ ୧ନଂ ସ୍ଥାନ ବଜାୟ ରଖିପାରିବ। ଟ୍ୱେଣ୍ଟି୨୦ ବ୍ୟାଟ୍‍ସମ୍ୟାନ୍‍ ମାନ୍ୟତାରେ ୮ମ ସ୍ଥାନରେ ଥିବା ବିରାଟ କୋହଲି ମଧ୍ୟ ଆସନ୍ତା ୫ଟି ଟି୨୦ ମ୍ୟାଚ୍‍ରେ ଭଲ ପ୍ରଦର୍ଶନ କରି ମାନ୍ୟତାରେ ଉନ୍ନତି କରିବାକୁ ଚାହିଁବେ।

error: Thank You Keep Visiting