କିଙ୍ଗ୍ସ ଏକାଦଶ ପଞ୍ଜାବ ୧୪ ରନରେ ରାଜସ୍ଥାନ ରୟାଲ୍ସକୁ ହରାଇଲା

Straight to the Point

ଜୟପୁର: ଆଇପିଏଲର ୪ର୍ଥ ମ୍ୟାଚରେ କିଙ୍ଗ୍ସ ଏକାଦଶ ପଞ୍ଜାବ ୧୪ ରନରେ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି। ପଞ୍ଜାବ ୨୦ ଓଭର ଖେଳି ୧୮୪ ରନ କରିଥିବାବେଳେ ଜବାବରେ ରାଜସ୍ଥାନ ୧୭୦ ରନ କରିବାରେ ସମର୍ଥ ହୋଇଛି। ଜୟପୁରର ସାୱାଇ ମାନସିଂହ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଏହି ମ୍ୟାଚରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି କ୍ରିସ ଗେଲଙ୍କ ଧୂଆଁଧାର ୭୯(୪୭ ବଲ) ରନ ବଳରେ ୧୮୪ ରନ୍‌ କରିଥିଲା। ସରଫରଜ ଖାନ ୨୯ ବଲରେ ୪୬ ରନ କରିଥିଲେ। ୧୮୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ଭଲ ଆରମ୍ଭ କରିଥିଲା।

ପ୍ରଥମ ଉଇକେଟ ଯୋଡ଼ିରେ ଆଜଙ୍କ୍ୟ ରାହାଣେ ଏବଂ ଜସ୍‌ ବଟଲର ୮.୧ ଓଭରରେ ୭୮ ରନ୍‌ର ଭାଗିଦାରି କରିଥିଲେ। ଏହା ପରେ ରାହାଣେ ଆଉଟ ହୋଇଯାଇଥିଲେ। ଏହା ପରେ ସଞ୍ଜ ସାମସନ ଏବଂ ବଟଲର ଇନିଂସ  ସମ୍ଭାଳିଥିଲେ। କିନ୍ତୁ ଉଭୟେ ଆଉଟ ହେବା ପରେ ଦଳ ଗୋଟିଏ ପରେ ଗୋଟିଏ ଉଇକେଟ ହରାଇ ଚାଲିଥିଲା। ୪ ଓଭରରେ ରାଜସ୍ଥାନ ୭ଟି ଉଇକେଟ ହରାଇବା ଫଳରେ ମ୍ୟାଚ ପଞ୍ଜାବ ହାତକୁ ଚାଲିଯାଇଥିଲା। ରାଜସ୍ଥାନ ୨୦ ଓଭର ଖେଳି ୯ଟି ଉଇକେଟ ହରାଇ ୧୭୦ ରନ କରିବାରେ ସକ୍ଷମ ହୋଇଥିଲା। କ୍ରିସ୍‌ ଗେଲ ମ୍ୟାନ ଅଫ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ।

error: Thank You Keep Visiting