ସାମସନଙ୍କ ଶତକ,ରାହାନେଙ୍କ ଅର୍ଦ୍ଧଶତକ ବେକାର ; ହାଇଦ୍ରାବାଦ ନିକଟରୁ ହାରିଲା ରାଜସ୍ଥାନ

Straight to the Point

ହାଇଦ୍ରାବାଦ: ଚଳିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)-୧୨ର ଆଜି ଖେଳାଯାଇଥିବା ଅଷ୍ଟମ ମ୍ୟାଚ୍ରେ ସଞ୍ଜୁ ସାମସନଙ୍କ ଶତକ ଓ ଅଜିଙ୍କା ରାହାନେଙ୍କ ଅର୍ଦ୍ଧଶତକ ସତ୍ତେ୍ୱ ରାଜସ୍ଥାନ ରୟାଲ୍ସ ୫ ୱିକେଟ୍ରେ ସନରାଇର୍ଜ୍ସ ହାଇଦ୍ରାବାଦ ନିକଟରୁ ପରାଜୟବରଣ କରିଛି । ଉକ୍ତ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ଖେଳି ୨ ୱିକେଟ୍ ବିନିମୟରେ ୧୯୮ ରନ୍ କରିଥିଲା । ଦଳ ପକ୍ଷରୁ ଓପନିଂ ବ୍ୟାଟ୍ସମ୍ୟାନ୍ ଅଜିଙ୍କା ରାହାନେ ୭୦ (୪୯ ବଲ୍, ୪ ଚୌକା, ୩ ଛକା), ଜୋସ୍ ବଟ୍ଟଲର ୫, ସଞ୍ଜୁ ସାମସନ ୫୫ଟି ବଲ୍ ଖେଳି ୧୦ ଚୌକା, ୪ ଛକା ସହ ଅପରାଜିତ ୧୦୨ ଓ ବେନ ଷ୍ଟୋକ୍ସ ଅପରାଜିତ ୧୬ ରନ୍ କରିଥିଲେ ।

ଏହାର ଜବାବରେ ସନରାଇର୍ଜ୍ସ ହାଇଦ୍ରାବାଦ ୧୯ ଓଭର ଖେଳି ୫ ୱିକେଟ୍ ହରାଇ ୨୦୧ ରନ୍ କରି ବିଜୟୀ ହୋଇଛି । ଦଳ ପକ୍ଷରୁ ଡେଭିଡ ୱାର୍ଣ୍ଣର ୬୯ (୩୭ ବଲ୍, ୯ ଚୌକା, ୨ ଛକା), ବେୟାରଷ୍ଟୋ ୪୫ (୨୮ ବଲ୍, ୬ ଚୌକା, ୧ ଛକା), କେନ ୱିଲିୟମସନ ୧୪, ବିଜୟ ଶଙ୍କର ୩୫ (୧୫ ବଲ୍, ୧ ଚୌକା, ୩ ଛକା), ୟୁସୁଫ ପଠାନ୍ ଅପରାଜିତ ୧୬, ରସିଦ ଖାନ୍ ୯ ରନ୍ କରିଛନ୍ତି । ରାଜସ୍ଥାନର ଏସ. ଗୋପାଳ ୩ଟି ୱିକେଟ୍ ନେଇଛନ୍ତି ।

error: Thank You Keep Visiting