କ୍ରମାଗତ ତୃତୀୟ ବର୍ଷ ପାଇଁ ଗଦା ହାସଲ କଲା ଭାରତ

Straight to the Point

ଦୁବାଇ :ଭାରତୀୟ କ୍ରିକେଟ୍ ଦଳ ଟେଷ୍ଟରେ ଚମକ୍ରାର ପ୍ରଦର୍ଶନ ଜାରି ରଖି ଆଇସିସି ଟେଷ୍ଟ ଚାମ୍ପିଅନସିପ୍ରେ ଶୀର୍ଷ ସ୍ଥାନ ହାସଲ କରି କ୍ରମାଗତ ତୃତୀୟ ବର୍ଷ ପାଇଁ ଟେଷ୍ଟ ଗଦା ହାସଲ କରିଛି । ଆଜି ଅପ୍ରେଲ ୧ ତାରିଖ ହୋଇଥିବାରୁ ଭାରତ ପୂର୍ବଭଳି ଟେଷ୍ଟ ମାନ୍ୟତାର ଏକନମ୍ବର ସ୍ଥାନରେ ରହିଛି । ଏହି ସଫଳତା ସହ ଭାରତ ପୁଣିଥରେ ଗଦା ସହ ୧ ମିଲିୟନ ଡଲାର ପୁରସ୍କାର ପାଇବାକୁ ଯୋଗ୍ୟତା ଅର୍ଜନ କରିଛି । ଏ ସଂପର୍କରେ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ପକ୍ଷରୁ ଘୋଷଣା କରାଯାଇଛି । ଆଇସିସି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ଅପ୍ରେଲ ୧ ତାରିଖ ସୁଦ୍ଧା ଭାରତ ୧୧୬ ପଏଣ୍ଟ  ସହ ଏକନମ୍ବର ସ୍ଥାନରେ ଥିବାବେଳେ ନ୍ୟୁଜିଲାଣ୍ଡ ୧୦୮ ପଏଣ୍ଟ ସହ ଦ୍ୱିତୀୟ, ଦକ୍ଷିଣ ଆଫ୍ରିକା (୧୦୫ ପଏଣ୍ଟ) ତୃତୀୟ ସ୍ଥାନରେ ରହିଛି । ସେହିପରି ଅଷ୍ଟ୍ରେଲିଆ ୧୦୪ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି ।

ଇଂଲଣ୍ଡ ୧୦୪ ପଏଣ୍ଟ ସଂଗ୍ରହ କରିଥିଲେ ହେଁ ମ୍ୟାଚ୍ ବ୍ୟବଧାନକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ପୁରସ୍କାର ପାଇବାକୁ ଯୋଗ୍ୟତା ଅର୍ଜନ କରିଛି । ଇଂଲଣ୍ଡ ଏବେ ପଞ୍ଚମ ସ୍ଥାନରେ ରହିଛି । ଏକନମ୍ବର ସ୍ଥାନରେ ଥିବା ଭାରତ ଟେଷ୍ଟ ଚାମ୍ପିଅନସିପ୍ ଗଦା ସହ ୧ ମିଲିୟନ ଡଲାର ଗ୍ରହଣ କରିବ । ସେହିପରି ନ୍ୟୁଜିଲାଣ୍ଡ ୫୦୦,୦୦୦ ଡଲାର, ଗତ ଦୁଇବର୍ଷ ଧରି ଦ୍ୱିତୀୟ ସ୍ଥାନରେ ରହି ଆସିଥିବା ଦକ୍ଷିଣ ଆଫ୍ରିକା ତୃତୀୟ ସ୍ଥାନକୁ ଖସିଆସି ୨୦୦,୦୦୦ ଡଲାର ଓ ଚତୁର୍ଥ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ୧୦୦,୦୦୦ ଡଲାର ପୁରସ୍କାର ଲାଭ କରିବ । ପୁରସ୍କାର ଘୋଷଣା ପରେ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ଖୁସି ବ୍ୟକ୍ତ କରିଛନ୍ତି । ଆଇସିସି ଟେଷ୍ଟ ଚାମ୍ପିଅନସିପ୍ ଗଦା ପୁଣିଥରେ ନିଜ ପାଖରେ ରଖିବା ନି୧⁄୨ିତ ଗର୍ବର ବିଷୟ । ଆମ ଦଳ କ୍ରିକେଟର ସବୁ ଢ଼ାଞ୍ଚାରେ ଭଲ ପ୍ରଦର୍ଶନ କରିଛି ।

ତେବେ ଟେଷ୍ଟ ମାନ୍ୟତାରେ ଏକନମ୍ବର ସ୍ଥାନରେ ରହିବା ଏକ ଚମକ୍ରାର ଅନୁଭତି । ଆମେ ସମସ୍ତେ ଜାଣିଛୁ, ଟେଷ୍ଟ ମ୍ୟାଚ୍ର ଗୁରୁତ୍ୱ କ’ଣ । ଏହି ଢ଼ାଞ୍ଚାରେ ଏକନମ୍ବର ରହିବା ନି୧⁄୨ିତ ସମସ୍ତଙ୍କ ପାଇଁ ଗର୍ବର ବିଷୟ ବୋଲି କୋହଲି କହିଛନ୍ତି । ଆଇସିସି ମଧ୍ୟ ଟିମ୍ ଇଣ୍ଡିଆର ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛି । ଟେଷ୍ଟ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ରହିଥିବା ନୁୃ୍ୟଜିଲାଣ୍ଡ ଅଧିନାୟକ କେନ ୱିଲିୟମସନ କହିଛନ୍ତି, ଟେଷ୍ଟ କ୍ରିକେଟ୍ରେ ଦ୍ୱିତୀୟ ସ୍ଥାନରେ ରହିବା ଆମ ପାଇଁ ଗୌରବର ବିଷୟ । କଠିନ ପରିଶ୍ରମ ଓ ସମସ୍ତ ଖେଳାଳିଙ୍କ ଯୋଗଦାନ ଯୋଗୁଁ ଏହା ସମ୍ଭବପର ହୋଇପାରିଛି । କେବଳ ୧୧ ଜଣ ଖେଳାଳି ନୁହଁନ୍ତି, ଏହି ସଫଳତା ପଛରେ ପୂରା ଦଳରର ହାତ ରହିଛି ।

error: Thank You Keep Visiting