ପଞ୍ଜାବ ବିକ୍ଷରେ ମୁମ୍ବାଇର ରୋମାଞ୍ଚକର ବିଜୟ

Straight to the Point

ଚଳିତ ଆଇପିଏଲ୍-୧୨ରେ ଆଜି ଆଉଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଛି । ଏହି ଚିତ୍ତାକର୍ଷକ ମ୍ୟାଚ୍ରେ କିରଣ ପୋଲାର୍ଡଙ୍କ ଅଧିନାୟକ ଇନିଂସ୍ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୩ ୱିକେଟ୍ରେ କିଙ୍ଗ୍ସ ଏକାଦଶ ପଂଜାବକୁ ପରାସ୍ତ କରି ଅବିଶ୍ୱସନୀୟ ବିଜୟ ହାସଲ କରିଛି । ଉକ୍ତ ମ୍ୟାଚ୍ରେ କିଙ୍ଗ୍ସ ଏକାଦଶ ପଂଜାବ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ୍ରେ ୧୯୭ ରନ୍ କରିଥିଲା । ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ଓଭର ଖେଳି ୭ ୱିକେଟ୍ ବିନିମୟରେ ଆବଶ୍ୟକ ୧୯୮ ରନ୍ କରି ବିଜୟୀ ହୋଇଛି ।

ଦଳ ପକ୍ଷରୁ କିରଣ ପୋଲାର୍ଡ ସର୍ବାଧିକ ୮୩ (୩୧ ବଲ୍, ୩ ଚୌକା, ୧୦ ଛକା), ଡି’କକ୍ ୨୪, ଲାଡ଼ ୧୫, ସୂର୍ଯ୍ୟକୁମାର ଯାଦବ ୨୧, ହାର୍ଦ୍ଦିକ ପାଣ୍ଡ୍ୟା ୧୯, ଯୋଶେଫ୍ ୧୫ ରନ୍ କରିଛନ୍ତି । ପଂଜାବର ସଫଳ ବୋଲର ୩ଟି ୱିକେଟ୍ ନେଇଛନ୍ତି । ସ୍ଥାନୀୟ ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଖେଳାଯାଇଥିବା ଉକ୍ତ ମ୍ୟାଚ୍ରେ ପୂର୍ବରୁ କିଙ୍ଗ୍ସ ଏକାଦଶ ପଂଜାବ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିଲା । ଇନିଂସ୍ ଓପନ କରିବାକୁ ଆସିଥିବା ଲୋକେଶ ରାହୁଲ ଓ କ୍ରିସ୍ ଗେଲ୍ ପ୍ରାରମ୍ଭରୁ ଧୂଆଁଧାର ବ୍ୟାଟିଂ କରିଥିଲେ ।

ଉଭୟେ ପ୍ରତି କ୍ଷ ବୋଲରଙ୍କୁ ନିର୍ମମ ପ୍ରହାର କରି ପ୍ରଥମ ୱିକେଟ୍ ଭାଗିଦାରୀରେ ୧୧୬ ରନ୍ ସଂଗ୍ରହ କରି ଦଳକୁ ବଡ଼ ସ୍କୋରର ମୂଳଦୁଆ ପକାଇଥିଲେ । ଗେଲ୍ ୬୩ (୩୬ ବଲ୍, ୩ ଚୌକା, ୭ ଛକା) ରନ୍ କରି ବିଦାୟ ନେବା ପରେ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୨୦୦ ରନ୍ ମଧ୍ୟରେ ସୀମିତ ରହିଥିଲା । ରାହୁଲ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଶତକ ହାସଲ କରିଥିଲେ । ସେ ୬୪ଟି ବଲ୍ ଖେଳି ୬ ଚୌକା, ୬ ଛକା ବଳରେ ୧୦୦ ରନ୍ କରିଥିଲେ । ମୁମ୍ବାଇର ସଫଳ ବୋଲର ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ୱିକେଟ୍ ନେଇଥିଲେ ।

error: Thank You Keep Visiting