ମାନୁ ଭାକେରଙ୍କୁ ସ୍ବର୍ଣ୍ଣ

Straight to the Point

ନୂଆଦିିଲ୍ଲୀ : ଭାରତୀୟ ସୁଟର ମାନୁ ଭାକେର ଜର୍ମାନୀରେ ଚାଲିଥିବା ଜୁନିୟର ବିଶ୍ୱକପ ସୁଟିଂ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ଜିତିଥିବାବେଳେ ଅନିସ ଭାନ୍‍ୱାଲାଙ୍କୁ ବ୍ରୋଞ୍ଜପଦକରେ ସନ୍ତୁଷ୍ଟ ହେବାକୁ ପଡିଛି। ଗୁରୁବାର ବାଳିକା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମାନୁ ୨୪୨.୫ ପଏଣ୍ଟ ସ୍କୋର କରି ପ୍ରଥମ ସ୍ଥାନ ଅଧିକାର କରିବା ସହ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏହି ଇଭେଣ୍ଟରେ ଚୀନର ଦୁଇ ସୁଟର କାଇମନ ଲୁ ଓ ଜିଉ ଲିଙ୍କୁ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜପଦକ ମିଳିଛି। ଏଥରକୁ ମିଶାଇ ମାନୁ ଚଳିତବର୍ଷ ଆନ୍ତର୍ଜାତିକ ସୁଟିଂ ପ୍ରତିଯୋଗିତାରେ ମୋଟ ୭ଟି ସ୍ୱର୍ଣ୍ଣ ଜିତିବାରେ ସଫଳ ହୋଇଛନ୍ତି। ବାଳକ ୨୫ ମିଟର ରାପିଡ୍‍ ଫାୟାର ଇଭେଣ୍ଟରେ ଅନିସ ବ୍ରୋଞ୍ଜପଦକ ଜିତିଛନ୍ତି। ଭାରତ ଏପର୍ଯ୍ୟନ୍ତ ପ୍ରତିଯୋଗିତାରେ ୯ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ୭ଟି ବ୍ରୋଞ୍ଜପଦକ ଜିତିସାରିଲାଣି।

error: Thank You Keep Visiting