ରୋଚକ ସ୍ଥିତିରେ ଆଇପିଏଲ-୨୦୧୯; ଆଜି ବାଙ୍ଗାଲୋର ଓ ପଞ୍ଜାବ ମଧ୍ୟରେ ମୁକାବିଲା

An Independent Media

ବେଙ୍ଗାଲୁରୁ :  ଆଇପିଏଲ  କ୍ରିକେଟ ୨୦୧୯ର  ଚଳିତ ସଂସ୍କରଣ ଏକ ରୋଚକ ସ୍ଥିତିରେ ପହଞ୍ଚିଛି । ରୟାଲ୍‍ ଚାଲେଞ୍ଜର୍ସ ବାଙ୍ଗାଲୋର, ରାଜସ୍ଥାନ ରୟାଲ୍ସ ଏବଂ କଲକତା ନାଇଟ ରାଇଡର୍ସର ପ୍ରଦର୍ଶନ ସମସ୍ତଙ୍କୁ ନିରାଶ କରିଛି । ମାତ୍ର ୩ ରୁ ୪ଟି ଲେଖାଏଁ ମ୍ୟାଚ ଜିତି ଏହି ତିନୋଟି ଦଳ ପଏଣ୍ଟ ତାଲିକାର ଶେଷ ଭାଗରେ ରହିଛନ୍ତି । ତେବେ ଆଜି ରାତି ୮ଟାରେ ରୟାଲ୍‍ ଚାଲେଞ୍ଜର୍ସ ବାଙ୍ଗାଲୋର ଓ କିଙ୍ଗ୍‍ସ ଇଲେଭେନ୍‍ ପଞ୍ଜାବ ମଧ୍ୟରେ ମୁକାବିଲା ହେବ । ବୁଧବାର ସୁଦ୍ଧା ବାଙ୍ଗାଲୋର ଦଳ ୧୦ଟି ମ୍ୟାଚ ଖେଳି ୩ଟି ବିଜୟ ୭ଟି ପରାଜୟ ସହିତ ୬ ପଏଣ୍ଟ ପାଇ ପଏଣ୍ଟ ତାଲିକାର ୮ମ ସ୍ଥାନରେ ରହିଛି । ସେହିପରି କିଙ୍ଗ୍‍ସ ଇଲେଭେନ୍‍ ପଞ୍ଜାବ ୧୦ଟି ମ୍ୟାଚ ଖେଳି ୫ଟି ବିଜୟ ୫ଟି ପରାଜୟ ସହିତ ୧୦ ପଏଣ୍ଟ ପାଇ ପଏଣ୍ଟ ତାଲିକାର ୫ମ ସ୍ଥାନରେ ରହିଛି। ତେବେ ଚେନ୍ନଇ ସୁପର କିଙ୍ଗସ ୧୧ଟି ମ୍ୟାଚ ଖେଳି ୮ଟି ବିଜୟ ୩ଟି ପରାଜୟ ସହିତ ୧୬ ପଏଣ୍ଟ ପାଇ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ରହିଛି।

error: Thank You Keep Visiting