ହେଲୋ ପକ୍ଷରୁ ଏସିଆ କପ୍ ୨୦୧୯ ନିମନ୍ତେ ଭାରତୀୟ ହ୍ୱିଲଚେୟାର କ୍ରିକେଟ୍ ଟିମ୍ ସହ ସହଯୋଗିତା ସ୍ଥାପନ

Straight to the Point

ଭୁବନେଶ୍ୱର: ଭାରତର ଅଗ୍ରଣୀ ସୋସିଆଲ ମିଡିଆ ପ୍ଲାଟଫର୍ମ ହେଲୋ ପକ୍ଷରୁ ଭାରତୀୟ ହ୍ୱିଲଚେୟାର କ୍ରିକେଟ୍ ସଂଘ ସହିତ ସହବନ୍ଧନ ବିଷୟରେ ଘୋଷଣା କରାଯାଇଛି । ଏସିଆ କପ୍ ୨୦୧୯ ପାଇଁ ଏହା ଭାରତୀୟ ଟିମ୍ର ପ୍ରାୟୋଜକ ହୋଇଛି । ଏହି ଟୁର୍ଣ୍ଣାମେଂଟ୍ ନେପାଳ ଠାରେ ମେ’ ୧୫-୧୮ ପର୍ଯ୍ୟନ୍ତ ଆୟୋଜନ କରାଯିବ । ପ୍ରଥମ ସୋସିଆଲ ମିଡିଆ ପ୍ଲାଟଫର୍ମ ଭାବେ ହେଲୋ ପକ୍ଷରୁ ଭାରତୀୟ ହ୍ୱିଲଚେୟାର କ୍ରିକେଟ୍ର ପ୍ରସାର କରାଯିବ । ଏହି ଟୁର୍ଣ୍ଣାମେଂଟ୍ ପାଇଁ ଭାରତୀୟ ହ୍ୱିଲଚେୟାର କ୍ରିକେଟ୍ ଟିମ୍ର ଅଫିସିଆଲ ଡିଜିଟାଲ୍ ମିଡିଆ ପାର୍ଟନର୍ ଭାବେ ମଧ୍ୟ ହେଲୋ କାମ କରିବ । କ୍ରିକେଟ୍ ପ୍ରେମୀମାନେ ହେଲୋରେ ଏହି ଟୁର୍ଣ୍ଣାମେଂଟ୍ର ମ୍ୟାଚ୍, ଭାରତୀୟ ଖେଳାଳୀଙ୍କ ବିଷୟରେ ସୂଚନା ଏବଂ ଅନ୍ୟାନ୍ୟ ବିବରଣୀ ହାସଲ କରିପାରିବେ । ଟୁର୍ଣ୍ଣାମେଂଟ୍ର ପ୍ରଯୁକ୍ତି ପୂର୍ବରୁ ଏହି ଅଭିଯାନର ଅଂଶ ଭାବେ ୨୦୦ରୁ ଅଧିକ ହ୍ୱିଲଚେୟାର କ୍ରିକେଟ୍ ଖେଳାଳୀ ହେଲୋ ସହ ଯୋଗ ଦେଇଛନ୍ତି ।
“ସମାଜକୁ ଏକତ୍ରୀତ କରିବା ଏବଂ ବିଷୟବସ୍ତୁ ଜରିଆରେ ସେମାନଙ୍କ ସଶକ୍ତ କରିବା ହେଉଛି ହେଲୋ ସଂସ୍କୃତିର ମୂଳମନ୍ତ୍ର । ଭାରତୀୟ ହ୍ୱିଲଚେୟାର କ୍ରିକେଟ୍ ସଂଘକୁ ସମର୍ଥନ କରୁଥିବା ଆମେ ଉଲ୍ଲସିତ କାରଣ ଆମେ ବିଶ୍ୱାସ କରୁ ଯେ ଏହି ସହଯୋଗିତା ହେଉଛି ଆମର ବ୍ୟବହାରକାରୀଙ୍କୁ ବୃହତ ସମାଜ ସହ ଯୋଡ଼ିବାର ପ୍ରୟାସ ଅନୁସାରେ ଆଗେଇ ଚାଲିଛି । ଭାରତ ଦୁନିଆର ୪୦ ନିୟୁତରୁ ଅଧିକ ମାସିକ ସକ୍ରିୟ ବ୍ୟବହାରକାରୀଙ୍କ ସହିତ ସମ୍ପୂର୍ଣ୍ଣ ହେଲୋ ପରିବାର ତରଫରୁ ଆମେ ଭାରତୀୟ ହ୍ୱିଲଚେୟାର କ୍ରିକେଟ ଟିମ୍ର ସମସ୍ତ ସଦସ୍ୟଙ୍କୁ ଟୁର୍ଣ୍ଣାମେଂଟ୍ ପାଇଁ ଅଭିନନ୍ଦନ ପ୍ରଦାନ କରୁଛୁ ବୋଲି ହେଲୋର କନ୍ଟେଂଟ୍ ଅପରେସନ୍ ମୁଖ୍ୟ ଶ୍ୟାମଙ୍ଗା ବରୋଆ କହିଛନ୍ତି ।
ଏହି ସହଯୋଗିତା ବିଷୟରେ ଡିଜେବଲ୍ଡ ସ୍ପୋର୍ଟିଂ ସୋସାଇଟିର ପ୍ରତିଷ୍ଠାତା ଓ ସମ୍ପାଦକ ହାରୁନ୍ ରସିଦ କହିଛନ୍ତି ଯେ, “ଆସନ୍ତା ସପ୍ତାହରୁ ଆରମ୍ଭ ହେଉଥିବା ଏସିଆ କପ୍ରେ ଆମେ ଦେଶ ପାଇଁ ଗୌରବ ଆଣିବାକୁ ଲକ୍ଷ୍ୟ ରଖିଛୁ । ଭାରତ ଓ ସାରା ଦୁନିଆର କ୍ରିକେଟ୍ ପ୍ରେମୀଙ୍କ ସମର୍ଥନ ହାସଲ କରିବା ନିମନ୍ତେ ନିଜ ପ୍ଲାଟଫର୍ମ ଉପଲବ୍ଧ କରାଇଥିବାରୁ ଆମେ ହେଲୋକୁ ଅଭିନନ୍ଦନ ଜଣାଉଛୁ । ସମର୍ଥକମାନଙ୍କ ଭଲ ପାଇବା ଖେଳାଳୀଙ୍କ ଉତ୍ସାହ ବଢ଼ାଇବ ଏବଂ ଟୁର୍ଣ୍ଣାମେଂଟ୍ରେ ସେମାନେ ଉତମ ପ୍ରଦର୍ଶନ କରିବେ ।’’

error: Thank You Keep Visiting