ଟି-୨୦ ; ଭାରତ ଦ୍ୱିତୀୟ ସ୍ଥାନ

Straight to the Point

ଦୁବାଇ : ଆଇସିସି ଟି-୨୦ ମାନ୍ୟତାରେ ଭାରତ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଆଇସିସି ପକ୍ଷରୁ ପ୍ରକାଶିତ ସଦ୍ୟ ରାଙ୍କିଙ୍ଗରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରୀୟ ଦଳ ଏହି ଉପଲବ୍ଧି ହାସଲ କରିଛି। ତେବେ ୧୩୧ ପଏଣ୍ଟ ସହିତ ପାକିସ୍ତାନ ଶାର୍ଷ ସ୍ଥାନ ବଜାୟ ରଖିଛି। ଭାରତ ମାତ୍ର ୮ ପଏଣ୍ଟ ବ୍ୟବଧାନରେ ୧୨୩ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଛି।
ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପୂର୍ବରୁ ଭାରତର ଏହ ସଫଳତା ଦଳର ମନୋବଳ ବଢାଇବା ଦିଗରେ ସାହାଯ୍ୟ କରିବ।
ରାଙ୍କିଙ୍ଗ ତାଲିକାରେ ୧୨୨ ପଏଣ୍ଟ ପାଇ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ, ୧୧୮ ପଏଣ୍ଟ ସହିତ ଇଂଲଣ୍ଡ ଚତୁର୍ଥ ସ୍ଥାନରେ, ୧୧୬ ପଏଣ୍ଟ ସହିତ ନ୍ୟୁଜିଲାଣ୍ଡ ପଂଚମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଷଷ୍ଠ, ୱେଷ୍ଟଇଣ୍ଡିଜ ସପ୍ତମ, ଆଫଗାନିସ୍ତାନ ଅଷ୍ଟମ, ଶ୍ରୀଲଙ୍କା ନବମ ଏବଂ ବାଂଲାଦେଶ ୧୦ମ ସ୍ଥାନରେ ରହିଛି।

error: Thank You Keep Visiting