୭୬ତମ ରାଜ୍ୟସ୍ତରୀୟ ପୋଲିସ ଭଲିବଲ ଓ ବାସ୍କେଟବଲ ଚମ୍ପିଅନସିପ୍ ଉଦଘାଟିତ

An Independent Media

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପୋଲିସ ଆନୁକୁଲ୍ୟରେ ୭୬ତମ ରାଜ୍ୟ ସ୍ତରିୟ ପୋଲିସ ଭଲିବଲ ଓ ବାସ୍କେଟବଲ ଚମ୍ପିୟନସିପ – ୨୦୧୯ ଶୁକ୍ରବାର ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାଚଂଳ ଆଇ.ଜି ସୈାମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିବା ସହିତ କ୍ରୀଡାବୀତମାନଙ୍କୁ ପ୍ରତିଯୋଗୀ ମନୋଭାବନେଇ ଖେଳିବାକୁ ଆହ୍ୱାନ ଦେଇଥିଲେ । କେନ୍ଦ୍ରାପଡାରେ ପ୍ରଥମଥର ପାଇଁ ଅନୁଷ୍ଠିତ ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗୀତା ଅନୁଷ୍ଠିତ ହେଉଥିବାରୁ ସହରବାସୀ ଏହି କ୍ରୀଡାକୁ ଉପଭୋଗ କରିବାକୁ ଶ୍ରୀ ପ୍ରିୟଦର୍ଶୀ ପରାମର୍ଶ ଦେଇଥିଲେ । ଆରକ୍ଷୀ ଅଧିକ୍ଷକ ନୀତି ଶେଖରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ସୟଦ ଅକମଲ ଅଲ୍ଲୀ ଓ କ୍ରୀଡା ଶିକ୍ଷକ ଜ୍ୟୋତିର୍ମୟ ଦାସ ଉପସ୍ଥିତ ଥିଲେ । କେନ୍ଦ୍ରାପଡା ହାଇସ୍କୁଲ ଖେଲ ପଡିଆରେ ଅନୁଷ୍ଠିତ ପ୍ରଥମ ଦିବସ ଭଲିବଲ ମ୍ୟାଚ କେନ୍ଦ୍ରାପଡା ପୋଲିସ ଏବଂ ରାଜ୍ୟ ରେଳବାଇ ପୋଲିସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୨-୦ ପଂଏଟରେ କେନ୍ଦ୍ରାପଡା ପୋଲିସ ଅଗ୍ରଣୀ ରହିଥିବା ଜଣାପଡିଛି । ଏହି ରାଜ୍ୟ ସ୍ତରିୟ ପୋଲିସ ଭଲିବଲ ଓ ବାସ୍କେଟବଲ ପ୍ରତିଯୋଗିତାରେ ରାଜ୍ୟର ୧୬ଟି ପୋଲିସ ଜିଲ୍ଲାର ଭଲିବଲ ଏବଂ ବାସ୍କେଟବଲ ଖେଳାଳିଙ୍କ ସମେତ ଓଡିଶା ଅଗ୍ନିଶମ ସେବା,ରେଳବାଇ ପୋଲିସ ଓ ଓଡିଶା ରାଜ୍ୟ ଆର୍ମଡ ପୋଲିସର ୧୯ଟି ବାଟାଲିଅନରୁ ଖେଳାଳିମାନେ ୩୭ଟି ଦଳରେ ବିଭକ୍ତ ହୋଇ ଅଂଶ ଗ୍ରହଣ କରିଛନ୍ତି ।

ସେହିଭଳି ସେଂଟ ଯୋଶେଫ ସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ବାସ୍କେଟବଲ ପ୍ରତିଯୋଗୀତାରେ କୋରାପୁଟ ଓଡିଶା ରାଜ୍ୟ ଆର୍ମଡପୋଲିସ ୩ୟ ବାଟାଲିଅନ ସହିତ ରାଉରକେଲା ଜିଲ୍ଲାର ଓଡିଶା ରାଜ୍ୟ ଆର୍ମଡ ପୋଲିସ ୪ର୍ଥ ବାଟାଲିଅନ ଖେଳୁଥିବା ଜଣାପଡିଛି । ଅନ୍ୟମାନଙ୍କ ମଧ୍ୟରେ ଏହି ଉତ୍ସବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୁଣ କୁମାର ଜେନା,କେନ୍ଦ୍ରାପଡା ଉପଖଣ୍ଡ ପୋଲିସ ଅଧିକାରୀ ରାଜୀବ ଲୋଚନ ପଣ୍ଡା,ପଟ୍ଟାମୁଣ୍ଡାଇ ଏସଡିପିଓ ରଞ୍ଜନ କୁମାର ଦେ,ଡିଏସପି କାର୍ତ୍ତିକ ମଲ୍ଲିକ,ଟାଉନ ଥାନା ଆଇ.ଆଇ.ସି ଦେବାଶିଷ ମିଶ୍ର,ସଦର ଥାନାର ମହେଶ୍ୱର ସେଠୀ,ନିକିରାଇ ଥାନାର କାବୁଲି ବାରିକ,ମାର୍ଶାଘାଇ ଥାନାର କାଳନ୍ଦି ବେହେରା,ଡେରାବିଶ ଥାନାର ଉମାକାନ୍ତ ସାହୁ,ଆଳି ଥାନାର ସଲିଳ କୁମାର ପ୍ରଧାନ,ରାଜକନିକା ଥାନାର ଜ୍ୟୋତିରଞ୍ଜନ ସାମନ୍ତରାୟ,ପଟ୍ଟାମୁଣ୍ଡାଇ ଥାନାର ରାକେଶ ତ୍ରିପାଠୀ,ହେଡକ୍ୱାଟର ଇନିସପେକ୍ଟର ପ୍ରମୋଦ ମଲ୍ଲିକ ପ୍ରମୁଖ ଏହି ଉତ୍ସବରେ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗୀତାକୁ ରାଜ୍ୟ ପୋଲିସର କ୍ରୀଡା ଅଧିକାରୀ ବିଭୂତି ଭୂଷଣ ପରିଡା, ରିଜର୍ଭ ଇନିସପେକ୍ଟର ହେମନ୍ତ କୁମାର ଦାସ ଓ ସହକାରୀ ଦୂର୍ଗପତୀ ଗୃହରକ୍ଷୀ ବାହିନୀ ସୁରେନ୍ଦ୍ର ନାଥ ନାୟକ ପ୍ରମୁଖ ପରିଚାଳନା କରିଥିବା ବେଳେ ରେଫରି ଭାବରେ ପ୍ରଭାସ ସାହୁ,ରାଜେଶ ଦାସ ଓ ଶିବରାମ ପାତ୍ର ଦାୟିତ୍ୱ ନିର୍ବାହ କରିଥିଲେ ।

error: Thank You Keep Visiting