ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଯୁବରାଜ ସିଂ

Straight to the Point

ନୂଆଦିଲ୍ଲୀ : କ୍ରିକେଟିୟ ଯୁବରାଜ ସିଂ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ଟିମ୍‌ ଇଣ୍ଡିଆର ଚାମ୍ପିୟନ ଅଲରାଉଣ୍ଡର ଭାବେ ବେଶ୍‌ ଜଣାଶୁଣା । କ୍ରିକେଟର ସମସ୍ତ ପ୍ରାରୂପ (ଫର୍ମାଟ)ରେ ସେ ବେଶ୍‌ ଭଲ ଖେଳ ପ୍ରଦର୍ଶନ କରିଛନ୍ତି । ୨୦୦୭ ଟି ଟ୍ୱେଣ୍ଟି ବିଶ୍ୱ କପ୍‌ ଓ ୨୦୧୧ କ୍ରିକେଟ ବିଶ୍ୱ କପ୍‌ରେ ସେ ବେଶ୍‌ ଭଲ ଖେଳ ପ୍ରଦର୍ଶନ କରିଥିଲେ । ୨୦୧୭ ପରଠାରୁ ତାଙ୍କୁ ଭାରତୀୟ ଟିମ୍‌ରେ ଚୟନ କରାଯାଇ ନଥିଲା । ୩୭ ବର୍ଷୀୟ ଯୁବରାଜଙ୍କୁ ବିଭିନ୍ନ ବିଦେଶୀ କ୍ରିକେଟ ଟିମ୍‌ ରେ ଖେଳିବା ପାଇଁ ସୁଯୋଗ ମିଳିଥିବା ଚର୍ଚ୍ଚା ହେଉଛି । ତାଙ୍କୁ କାନାଡା ,ଆୟରଲାଣ୍ଡ ଓ ହଲାଣ୍ଡରେ ଟି ଟ୍ୱେଣ୍ଟି ଖେଳିବା ପାଇଁ ଆମନ୍ତ୍ରଣ କରାଯାଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଟିମ୍‌ ଇଣ୍ଡିଆର ୨୦୧୧ ବିଶ୍ୱକପ୍‌ ବିଜୟରେ ଯୁବରାଜ ସିଂ ଏକ ବଡ ଭୂମିକା ଗ୍ରହଣ କରିଥିଲେ । ଯୁବରାଜଙ୍କୁ ମ୍ୟାନ ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ ଘୋଷଣା କରାଯାଇଥିଲା । ସେ ଅଲ୍‌ରଉଣ୍ଡର ଭାବେ ୩୬୨ ରନ୍‌ କରିବାସହ ୧୫ଟି ଓ୍ୱିକେଟ୍‌ ନେଇଥିଲେ ।