ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗ; କୋହଲି ଷୀର୍ଶରେ ଅପରିବର୍ତ୍ତିତ

Straight to the Point

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଷୀର୍ଶସ୍ଥାନ ବଜାୟ ରଖିଛନ୍ତି । ଆଇସିସି ପକ୍ଷରୁ ପ୍ରକାଶ ପାଇଥିବା ଟେଷ୍ଟ ବ୍ୟାଟସମ୍ୟାନ ତାଲିକାରେ କୋହଲି ନିଜର ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି । କୋହଲିଙ୍କ ମୋଟ୍ ପଏଣ୍ଟ ୯୨୨ ରହିଛି । ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ଓ୍ିଲିୟମସନ କୋହଲିଙ୍କ ପଛକୁ ୯୧୩ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଭାରତର ଅନ୍ୟତମ ବ୍ୟାଟସମ୍ୟାନ ଚେତେଶ୍ୱର ପୂଜାରା ୮୮୧ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଛନ୍ତି । ଟିମ୍ ରାଙ୍କିଙ୍ଗ ଦୃଷ୍ଟିରୁ ଭାରତ ପ୍ରଥମ ସ୍ଥାନରେ ଥିବାବେଳେ ନ୍ୟୁଜିଲାଣ୍ଡ ଦ୍ୱିତୀୟ, ଦକ୍ଷିଣ ଅଫ୍ରିକା ତୃତୀୟ, ଇଂଲଣ୍ଡ ଚତୁର୍ଥ ଏବଂ ଅଷ୍ଟ୍ରେଲିଆ ପଞ୍ଚମ ସ୍ଥାନରେ ରହିଛି ।

ଅନ୍ୟପକ୍ଷରେ ଟେଷ୍ଟ ବୋଲିଂ ମାନ୍ୟତାରେ ଶୀର୍ଷ ୧୦ରେ ଭାରତର ଦୁଇ ଜଣ ବୋଲର ସ୍ଥାନ ପାଇଛନ୍ତି । ରବୀନ୍ଦ୍ର ଜାଡ଼େଜା ଷଷ୍ଠ ସ୍ଥାନରେ ଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନୀ ୧୦ମ ସ୍ଥାନରେ ଅଛନ୍ତି । ପ୍ରଥମ ସ୍ଥାନରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପାଟ କମିନ୍ସ ଥିବାବେଳେ ଦ୍ୱିତୀୟ ଅଛନ୍ତି ଇଂଲଣ୍ଡର ଜେମ୍ସ ଆଣ୍ଡରସନ ଓ ତୃତୀୟରେ ଦକ୍ଷିଣ ଆଫ୍ରିକାର ଯୁବ ଦ୍ରୁତ ବୋଲର କାଗିସୋ ରାବଡା ଅଛନ୍ତି । ଅଲରାଉଣ୍ଡର ମାନ୍ୟତାରେ ୱଷ୍ଟେଇଣ୍ଡିଜର ଅଧିନାୟକ ଜାସନ ହୋଲଡର ପ୍ରଥମ, ବାଂଲାଦେଶର ସାକିବ ଉଲ ହାସନ ଦ୍ୱିତୀୟ ଓ ଭାରତର ଜାଡ଼େଜା ତୃତୀୟ ସ୍ଥାନରେ ରହିଛନ୍ତି ।

error: Thank You Keep Visiting