ଆରଏସଏସକୁ ବ୍ୟାନ କରିବାକୁ ଜାତିସଂଘର ଶରଣ ପଶିଲା ପାକିସ୍ତାନ

An Independent Media

ଜେନେଭା: ଆତଙ୍କବାଦର କାରଖାନା ପାଲଟି ଯାଇଥିବା ପାକିସ୍ତାନ ପୁଣିଥରେ ଭାରତ ବିରୋଧରେ ବିଷ ଓଗାଳିଛି। ଜାତିସଂଘ ସୁରକ୍ଷା ପରିଷଦ (UNSC)ରେ ପାକିସ୍ତାନ ଭାରତ ବିରୋଧରେ ବିଷ ଓଗାଳିବା ସହିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଆରଏସଏସ ବିଶ୍ୱରେ ଶାନ୍ତି ଭଙ୍ଗ କରୁଛି ବୋଲି ପାକିସ୍ତାନ ଦାବି କରିଛି।

ଜାତିସଂଘରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ମୁନିର ଆକ୍ରାମ କହିଛି ଆରଏସଏସ ଭଳି ଉଗ୍ରବାଦୀ  ସଂଗଠନ ଆଞ୍ଚଳିକ ତଥା ଅନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଛି। ପରିଷଦର ୧୫ ଜଣିଆ ସଦସ୍ୟ ଆତଙ୍କବାଦ ବିରୋଧରେ ଲଢ଼ିବା ନେଇ ବୈଠକ କରିଥିଲା। ଏହି ସମୟରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ଏଭଳି ବିବୃତ୍ତି ରଖିଥିଲା।

ଜାତିସଂଘରେ ପାକିସ୍ତାନୀ ରାଷ୍ଟ୍ରଦୂତ କହିଛନ୍ତି ଯେ ହିନ୍ଦୁତ୍ୱ ଆଦର୍ଶ ଭାରତୀୟ ମୁସଲମାନମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ହିନ୍ଦୁତ୍ୱର ଆଦର୍ଶକୁ ଶାସକ ବିଜେପି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ ଅନୁସରଣ କରୁଛନ୍ତି। ଏମିତିକି ଫେବୃଆରୀ ୨୦୨୦ରେ ଦିଲ୍ଲୀ ଦଙ୍ଗା ଏହାର ପ୍ରତିଫଳନ ବୋଲି ପାକିସ୍ତାନ କହିଛି।

error: Thank You Keep Visiting