ପୁଣିଥରେ WHO ପାଖରେ ଆପତ୍ତି କଲା ଭାରତ

An Independent Media

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନଚିତ୍ରକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଭାରତ। ଯେଉଁଥିରେ ଭାରତର ସୀମାକୁ ଭୁଲ ଭାବରେ ଚିତ୍ରିତ କରାଯାଇଛି ଏହି ମାନଚିତ୍ରଟି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ୱେବ୍ ପୋର୍ଟାଲରେ ବ୍ୟବହୃତ କରାଯାଉଛି। ଏ ନେଇ ଭାରତ WHOର ମୁଖ୍ୟ ଟେଡ୍ରୋସଙ୍କୁ ସଂଶୋଧନ କରି ନୂଆ ମାନଚିତ୍ର ଜାରି କରିବାକୁଅନୁରୋଧ କରିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜମ୍ମୁ କଶ୍ମୀର ଏବଂ ଲଦାଖକୁ ନିଜ ମାନଚିତ୍ରରେ ଭାରତଠାରୁ ପୃଥକ ଭାବରେ ଦର୍ଶାଇଛି। ଯାହାକୁ ନେଇ ଭାରତ ଅଭିଯୋଗ କରିଛି। ଭାରତର ଏହି ଦୁଇଟି ନୂଆ କେନ୍ଦ୍ର ଶାସିତ ଅଞ୍ଚଳ ଧୂସର ରଙ୍ଗରେ ରହିଥିବା ବେଳେ ଭାରତକୁ ଏକ ପୃଥକ ନୀଳ ରଙ୍ଗରେ ପ୍ରଦର୍ଶିତ କରାଯାଇଛି।

ଏହାପୂର୍ବରୁ, ଡିସେମ୍ବର ୩ ଏବଂ ୩୦ ରେ ଭାରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକଙ୍କ ପାଖରେ ଆପତ୍ତି କରିଥିଲା।

error: Thank You Keep Visiting