ମକରରେ ବୁଡ଼ ପକାଇବାକୁ ଯାଇ ଗଣଦୁଷ୍କର୍ମର ଶିକାର ହେଲେ ଯୁବତୀ ଜଣକ

ବାରିପଦା(ମାଣିକ ଲାଲ ପାଣି): ମକର ବୁଡ଼ ପକାଇବାକୁ ଯାଇ ଆଜି ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଯୁବତୀ ଜଣକ। ମକର ପର୍ବ ନିମନ୍ତେ ଆଜି ସମଗ୍ର ମୟୂରଭଞ୍ଜ ଜିଲ୍ଲା ଚଳଚଞ୍ଚଳ ଥିବା ବେଳେ ଏଭଳି ଏକ ଜଘନ୍ୟ କାଣ୍ଡ ଘଟିଯାଇଛି। ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ୍ ୨ ଜଣଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ, ମକର ବୁଡ଼ ପକାଇବାକୁ ଆଜି ଭୋରରୁ ଯୁବତୀଜଣକ ଘରୁ ଏକୁଟିଆ ନିକଟସ୍ଥ ନଦୀକୁ ଆସିଥିଲେ। ଏହାର ସୁଯୋଗ ନେଇ ଉକ୍ତ ସାହିର ୨ଜଣ ଯୁବକ ତାଙ୍କୁ ପିଛା କରିଥିଲେ। ଏହାପରେ ନଦୀ ପଠାରେ ଯୁବତୀଙ୍କୁ ଏକୁଟିଆ ପାଇ ଗଣଦୁଷ୍କର୍ମ କରିଥିଲେ। । ମାତ୍ର ଯୁବତୀଜଣକ ଚିତ୍କାର କରିବାରୁ ସେମାନେ ସେଠାରୁ ଫେରାର ହୋଇଯାଇଥିଲେ।
ଘରକୁ ଫେରି ଏନେଇ ଯୁବତୀଜଣକ ପରିବାର ଲୋକଙ୍କୁ ସବୁ କହିବା ପରେ ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ୍ ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।