କିଡ୍‌ନୀ ରାକେଟ ର ମାଷ୍ଟରମାଇଣ୍ଡ ହିମାଂଶୁଙ୍କ ନାଁରେ ଆଉ ଏକ ଅଭିଯୋଗ

An Independent Media

ଭୁବନେଶ୍ୱର; କିଡ୍‌ନୀ ଦେବା ନାଁରେ ଆଉ ଏକ ଠକେଇ ।  ମଞ୍ଚେଶ୍ୱର ଥାନାରେ ୧୮ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ କଲେ ଜଣେ ବ୍ୟକ୍ତି।ଅଭିଯୋଗ ହୋଇଛି କିଡ୍‌ନୀରାକେଟ  ହିମାଂଶୁ ଭୂଷଣ ନନ୍ଦଙ୍କ ନାଁରେ ।

କିଡ୍‌ନୀ ଠକେଇ ଅଭିଯୋଗରେ ହିମାଂଶୁ ଗିରଫ ହୋଇ ଜେଲରେ ଅଛି। ମିଳିଥିବା ସୂଚନା ଅନୁଯାଇ ପୂର୍ବରୁ ହିମାଂଶୁ ବାଲେଶ୍ୱରର ଜଣଙ୍କଠାରୁ ୫ଲକ୍ଷ ୫୦ ହଜାର ଚୁନ ଲଗାଇଥିବା ବେଳେ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ଅନ୍ୟ ଜଣେ ରୋଗୀଙ୍କଠୁ ଠକିଛି ୩ଲକ୍ଷ ୧୯ ହଜାର ।

ତେବେ ଏନେଇ କିଡନୀ ଆଶାୟୀ  ଅଭିଯୋଗ କରିବା ପରେ ନୟାପଲ୍ଲୀ ପୁଲିସ ହିମାଂଶୁକୁ ଗିରଫ କରିବା ସହ ଘଟଣାର ଯାଞ୍ଚ କରୁଛି। ନକଲି କାଗଜପତ୍ର ଜରିଆରେ ଲୋକଙ୍କଠାରୁ  ଠକିବାର ଜାଲ ବିଛାଇଥିଲା ହିମାଂଶୁ  । କିଡନୀ ଯୋଗାଇ ଦେବାକୁ ସେ ବାଲେଶ୍ୱର ରୁପସା ଅଞ୍ଚଳର ପ୍ରତାପ ମିଶ୍ରଙ୍କଠୁ ୫ ଲକ୍ଷ ୫୦ ହଜାର ଟଙ୍କା ନେଇଥିବା ବେଳେ ଭୁବନେଶ୍ୱର ଲକ୍ଷ୍ମୀସାଗରର ତରୁଲତା ମିଶ୍ରଙ୍କୁ ଠକିଛି ୩ଲକ୍ଷ ୧୯ହଜାର।

error: Thank You Keep Visiting