ବୁମ୍ରାଙ୍କ ପାଇଁ ଟିମ୍ ଇଣ୍ଡିଆ ର ଏକାଦଶ ଚୟନ ହୋଇପାରିଲାନି

An Independent Media

ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ  ମ୍ୟାଚ୍ ଆସନ୍ତାକାଲିଠାରୁ ବ୍ରିସବେନରେ ଖେଳାଯିବ। ଅଷ୍ଟ୍ରେଲିଆରେ ହେବାକୁଥିବା ମ୍ୟାଚର ଦିନକ ପୂର୍ବରୁ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ ଚୟନ ହୋଇଥାଏ, କିନ୍ତୁ ଗୁରୁବାର ଏହା ହୋଇନାହିଁ। ତେବେ କାହିଁକି ଭାରତୀୟ ଦଳର ଚୟନ ହେଲା ନାହିଁ, ଏହାର କାରଣ କହିଛନ୍ତି ବ୍ୟାଟିଂ କୋଚ୍ ବିକ୍ରମ ରାଠୋର।
ରାଠୋରଙ୍କ କହିବା ଅନୁଯାୟୀ, ଟିମ୍ ମ୍ୟାନେଜମେଣ୍ଟ ଯଶପ୍ରୀତ ବୁମ୍ରାଙ୍କ ଫିଟନେସ୍ ଉପରେ ନଜର ରଖିଛି। ଯଦି ବୁମ୍ରା ଫିଟ୍ ହୁଅନ୍ତି, ତାହେଲେ ତାଙ୍କୁ  ଏକାଦଶରେ ସ୍ଥାନ ମିଳିବ। ବୁମ୍ରାଙ୍କ ଫିଟନେସକୁ ନେଇ ମ୍ୟାଚ୍ ପୂର୍ବରୁ ସୂଚନା ମିଳିଯିବ ବୋଲି ରାଠୋର କହିଛନ୍ତି। ଏଥିପାଇଁ ଆଜି ଚୂଡ଼ାନ୍ତ ଏକାଦଶର ଘୋଷଣା କରାଯାଇନଥିବା କହିଛନ୍ତି ରାଠୋର।
ସିଡନୀ ଟେଷ୍ଟରେ ବୁମ୍ରାଙ୍କ ତଳିପେଟର ମାଂସପେଶୀ ମୋଡ଼ି ହୋଇଯାଇଥିଲା। ଯେଉଁକାରଣରୁ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଏଭଳି ସ୍ଥିତିରେ ଇଂଲଣ୍ଡ ସିରିଜକୁ ଆଖି ଆଗରେ ରଖି ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ କୌଣସି ରିସ୍କ ନେବାକୁ ଚାହୁଁନାହିଁ। ଏଥିପାଇଁ ତାଙ୍କୁ ବ୍ରିସବେନ୍ ଟେଷ୍ଟରୁ ବିଶ୍ରାମ ଦେବା ପାଇଁ ଟିମ୍ ଯୋଜନା କରୁଛି। କିନ୍ତୁ ବିକ୍ରମ ରାଠୋରଙ୍କ କଥାରୁ ଲାଗୁଛି ଯେ ନିର୍ଣ୍ଣାୟକ ବ୍ରିସବେନ୍ ଟେଷ୍ଟରେ ବୁମ୍ରାଙ୍କୁ ଖେଳାଇବା ପାଇଁ ଟିମ୍ ମ୍ୟାନେଜମେଣ୍ଟ ଯୋଜନା କରୁଛି।

error: Thank You Keep Visiting