ଆସନ୍ତା୧୬ତାରିଖରେ ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

An Independent Media

ନୂଆଦିଲ୍ଲୀ:  ଜାନୁଆରୀ ୧୬ତାରିଖରେ ଟିକାକରଣ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ୧୦ଟା ୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଟିକାକରଣ ଅଭିଯାନର ଶୁଭାରମ୍ଭ କରିବେ। ଏହି ସମୟରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୋଟ୍ ୨୦୦୬ଟି କରୋନା ଟିକା ସେଣ୍ଟର ଯୋଡ଼ି ହେବେ।ଏହି ଅବସରରେ ପ୍ରଧାନମନ୍ତ୍ରୀ କୋ-ୱିନ୍ (କୋଭିଡ୍ ଭ୍ୟାକ୍ସିନ୍ ଇଣ୍ଟେଲିଜେନ୍ସ ନେଟୱାର୍କ) ଆପର ଶୁଭାରମ୍ଭ କରିବେ। ଯେଉଁମାନେ ଏହି ଟିକା ନେବେ ସେମାନେ ଏହି ଆପ୍ ଜରିଆରେ ପ୍ରଥମେ ପଞ୍ଜୀକୃତ ହେବେ। ଆଧାର କାର୍ଡ, ପାନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଭଳି ୧୨ଟି ଦଲିଲ ମାଧ୍ୟମରେ ପଞ୍ଜିକରଣ କରାଯିବ। ଏହି ଟିକା ଜରିଆରେ ସରକାର ଷ୍ଟକ ବାବଦରେ ତଦାରଖ କରିବେ।
ଜାନୁଆରୀ ୧୬ ତାରିଖରେ ଟିକାକରଣ ଅଭିଯାନର ପ୍ରଥମ ଦିନରେ ପ୍ରାୟ ତିନି ଲକ୍ଷ ସ୍ୱାସ୍ଥ୍ୟ କର୍ମୀଙ୍କୁ ୨,୯୩୪ କେନ୍ଦ୍ରରେ ଟିକାକରଣ କରାଯିବ। ପ୍ରତ୍ୟେକ ଟିକାକରଣ ଅଧିବେଶନରେ ସର୍ବାଧିକ ୧୦୦ ଜଣ ଟିକା ନେବେ। ଡାକ୍ତରଙ୍କ ପରିସଂଖ୍ୟାନ ଅନୁଯାୟୀ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକା ୧.୬୫ କୋଟି ଡୋଜ ବଣ୍ଟନ କରାଯାଇଛି।

error: Thank You Keep Visiting