ଲଜ୍ୟା,ଲଜ୍ୟା,ଲଜ୍ୟା,; ନାବାଳକର ଲିଙ୍ଗ ପରିବର୍ତ୍ତନ କରି ବାରମ୍ବାର ଗଣଦୁଷ୍କର୍ମ

An Independent Media

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ଆସିଛି ଏକ ସାଂଘାତିକ ଖବର। ଏଠାରେ ୬ ଜଣ ଯୁବକ ମିଶି ବଳ ପୂର୍ବକ ଜଣେ ୧୩ ବର୍ଷୀୟ ବାଳକଙ୍କ ଲିଙ୍ଗ ପରିବର୍ତ୍ତନ କରାଇଛନ୍ତି। ଏହାପରେ ଉକ୍ତ ନାବାଳକଙ୍କୁ ସେମାନେ ମାସ ମାସ ଧରି ଗଣଦୁଷ୍କର୍ମ କରିଛନ୍ତି। ଦିଲ୍ଲୀ ମହିଳା କମିଶନ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ପୁଲିସ୍‌ ଏଫଆଇଆର ରୁଜୁ କରିଛି।ମିଳିଥିବା ସୂଚନା ଅନୁସାରେ ୩ ବର୍ଷ ତଳେ ଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରେ ନାବାଳକ ବାପି(ଛଦ୍ମନାମ) ଅଭିଯୁକ୍ତମାନଙ୍କୁ ଭେଟିଥିଲେ। ଗୋଟିଏ ଡ୍ୟାନ୍ସ କାର୍ଯ୍ୟକ୍ରମ ରେ ଏମାନେ ପରସ୍ପରଙ୍କ ନିକଟତର ହୋଇଥିଲେ। ସେଠାରେ ଅଭିଯୁକ୍ତମାନେ ଦୀପକଙ୍କୁ ଡ୍ୟାନ୍ସ ଶିଖାଇବାକୁ କହି ଦେଇ ବନ୍ଧୁତା କରିଥିଲେ ଓ ତାଙ୍କୁ ମଣ୍ଡାଭାଲି ନେଇ ଯାଇଥିଲେ।ସମୟକ୍ରମେ ଦୀପକ ବିଭିନ୍ନ ଇଭେଣ୍ଟରେ ଡ୍ୟାନ୍ସ କରୁଥିଲେ ଓ ଏଥିପାଇଁ ଟଙ୍କା ମଧ୍ୟ ପାଉଥିଲେ। ତେବେ ଅଭିଯୁକ୍ତମାନେ ଗୋଟିଏ ଦିନ ତାଙ୍କୁ ନିଶା ଦେଇ ବଳ ପୂର୍ବକ ଅସ୍ତ୍ରୋପଚାର କରି ତାଙ୍କର ଲିଙ୍ଗ ପରିବର୍ତ୍ତନ କରିଦେଇଥିଲେ। ଏଥିସହ ଝିଅ ଭଳି ଦିଶିବା ପାଇଁ ସେମାନେ ଦୀପକଙ୍କୁ ହର୍ମୋନାଲ ମେଡିସିନ ମଧ୍ୟ ଖାଇବାକୁ ଦେଉଥିଲେ।

error: Thank You Keep Visiting