ଜାକର୍ତ୍ତା ବିମାନ ଦୁର୍ଘଟଣାରୁ, ମିଳିଲା ବ୍ଲାକ ବକ୍ସ
ଜାକର୍ତ୍ତା: ଜାକର୍ତ୍ତାରେ ଘରୋଇ ବିମାନ ଶ୍ରୀଓ୍ୱିଜୟା ଦୁର୍ଘଟଣା ହେବା ପରେ ରବିବାର ଏହାର ବ୍ଲାକ ବକ୍ସ ଉଦ୍ଧାର ହୋଇଛି। ଶ୍ରୀଓ୍ୱିଜୟା ବିମାନରେ ମୋଟ୍ ୬୨ ଜଣ ଯାତ୍ରୀ ଥିଲେ। ବିମାନଟି ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ସହିତ ଯୋଗାଯୋଗ ବିଛିନ ହୋଇଥିଲା। ଏହାପରେ ବିମାନଟି ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି। ରବିବାର ସକାଳେ ଇଣ୍ଡୋନେସିଆର ଜାଭା ସମୁଦ୍ରରୁ ଉଦ୍ଧାରକାରୀ ଦଳ ଅନେକ ଯାତ୍ରୀଙ୍କ ଶରୀରର ଅଙ୍ଗ, ଲୁଗା, ବିମାନର ଭଗ୍ନାବଶେଷ ଇତ୍ୟାଦି ଉଦ୍ଧାର କରିଥିବା ,। ନୌସେନା ବିମାନର ବ୍ଲାକ୍ ବାକ୍ସ ପାଇଥିବା କହିଛି।