କଙ୍ଗାରୁ ଦଳ ବିପକ୍ଷ ରେ ୪ର୍ଥ ଟେଷ୍ଟ ଖେଳିବାକୁ ସେହୱାଗ ପ୍ରସ୍ତୁତ
ନୂଆଦିଲ୍ଲୀ: ଚଳିତମାସ୧୫ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ର୍ଥ ତଥା ସିରିଜର ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯିବ। ଏହାପୂର୍ପରୁ ଭାରତ ପାଇଁ ଆହତ ସମସ୍ୟା ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଜଣଙ୍କ ପରେ ଜଣେ ବରିଷ୍ଠ ଖେଳାଳି ଆହତ ହେବାରୁ ଟିମ୍ ଇଣ୍ଡିଆର ଚିନ୍ତା ବଢ଼ି ଯାଇଛି।
ପ୍ରଥମେ ମହମ୍ମଦ ଶାମି, ପରେ ଉମେଶ ଯାଦବ ଆହତ ହୋଇଥିବା ବେଳେ କେଏଲ ରାହୁଲ ମଧ୍ୟ ଇଞ୍ଜୁରି। ଏବେ ଟିମ୍ ଇଣ୍ଡିଆର କାମ ଚଳା ଅଧିନାୟକ ଅଜିଙ୍କ୍ୟ ରାହଣେ ଓ କୋଚ୍ ରବି ଶାସ୍ତ୍ରୀ କେଉଁ ୧୧ ଜଣଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବେ, ତା’ ଉପରେ ସମସ୍ତଙ୍କ ନଜର ରହିଛି।